କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ରଦ୍ଦ: ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ
ବିଶାଖାପଟନମ୍,(ଓଡ଼ିଶା ଭାସ୍କର): ଏପ୍ରିଲ ମାସରେ ଓଡ଼ିଶାର ବିରୋଧ ସତ୍ତେ୍ୱ କୋଟିଆ ଗ୍ରାମପଞ୍ଜରେ ଆନ୍ଧ୍ରପ୍ରଦେଶ ସରକାର ଯେଉଁ ଜିଲ୍ଲା ପରିଷଦ ନିର୍ବାଚନ କରିଥିଲେ ତାହାକୁ ଶୁକ୍ରବାର ଆନ୍ଧ୍ରପ୍ରଦେଶର ହାଇକୋର୍ଟ ରଦ୍ଦ କରିଛନ୍ତି ।
ଆନ୍ଧ୍ର ସରକାରଙ୍କ ଏହି ତରବରିଆ ନିଷ୍ପତ୍ତି ବେଆଇନ ଓ ଏହା ସୁପ୍ରିମକୋର୍ଟର ମାର୍ଗଦର୍ଶିକାକୁ ବିରୋଧ କରୁଛି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି । ଏହା ସହିତ ପୁଣିଥରେ ଆଇନ ଅନୁଯାୟୀ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ରଦ୍ଦ କରିବାକୁ ଟିଡିି ଓ ବିଜେପି ପକ୍ଷରୁ ଆବେଦନ ହୋଇଥିଲା ।