ଏଣିକି ବିନା ଚାର୍ଜରେ ଚାର୍ଜ ହେବ ଫୋନ, Android 15ରେ ମିଳିବ ଜବରଦସ୍ତ ଫିଚର

ନୂଆଦିଲ୍ଲୀ: Googleର ଅପକମିଙ୍ଗ ମୋବାଇଲ ଅପରେଟିଂଗ ସିଷ୍ଟମ Android 15ରେ ଅନେକ କମାଲ ଫିଚର୍ସ ମିଳିବାକୁ ଯାଉଛି । ଗୁଗୁଲ ନିଜ ଅପକମିଙ୍ଗ ଅପରେଟିଙ୍କ ସିଷ୍ଟମକୁ ଆଗାମୀ ମାସରେ ଆୟୋଜିତ ହେବାକୁ ଥିବା Google I/O 2024 ରେ ଜାରି କରିବାକୁ ଯାଉଛି । ଏହି ନୂଆ ଅପରେଟିଂ ସିଷ୍ଟମରେ ପୂର୍ବ ଭର୍ଜନ ତୁଳନାରେ ଅନେକ ଫିଚର୍ସକୁ ଅପଗ୍ରେଟ କରାଯିବ । ସାମ୍ନାକୁ ଆସୁଥିବା ରିପୋର୍ଟ ମୁତାବକ, ଅପକମିଙ୍ଗ Android 15 ନୂଆ ୱେୟାରଲେସ ଚାର୍ଜିଂ ଫିଚରକୁ ସପୋର୍ଟ କରାଯାଇପାରିବ । ଏହି ଫିଚର ଜରିଆରେ ୟୁଜର୍ସଙ୍କୁ ନିଜ ଫୋନ ଚାର୍ଜ କାରିବା ଲାଗି ଚାର୍ଜର ଆବଶ୍ୟକତା ପଡିବ ନାହିଁ ।

Android 15 ରେ ଗୁଗୁଲ NFC ୱେୟାରଲେସ ଚାର୍ଜିଂ ସଲ୍ୟୁସନ ପ୍ରଥମ ଥର ୨୦୨୦ରେ ଚର୍ଚ୍ଚାରେ ଆସିଥିଲା । NFC  ଫିଚର ଦୁଇଟି ଡିଭାଇସକୁ ୨ ସେଣ୍ଟିମିଟରର ଦୂରତାରେ ରଖିଲେ କାମ କରିବ । ନିୟର ଫିଲ୍ଡ କମ୍ୟୁନିକେସନ ଅର୍ଥାତ NFC ବେସଡ ସହ ଚାର୍ଜିଂ ସଲ୍ୟୁସନ ମ୍ୟାଗ୍ନେଟିକ ୱେୟାରଲେସ ଚାର୍ଜିଂ ଫିଚରରେ ଭିନ୍ନ ହେବ । ଯେକୌଣସି ମୋବାଇଲ ପ୍ଲାଟଫର୍ମରେ ଏହି ଟେକ୍ନୋଲୋଜୀ ଉପଲବ୍ଧ ନାହିଁ, ହେଲେ Android 15 ର ଲଞ୍ଚ ହେବା ପରେ ଏହି ଫିଚରର ସ୍ମାର୍ଟଫୋନ ବଜାରରେ ଆସିଯିବ ।

Android Authorityର ରିପୋର୍ଟ ମୁତାବକ ଏହି ଫିଚରକୁ Android 15ର ବୀଟା ଭର୍ଜନ ୧ରେ ଦେଖାଯାଇଛି । ଯାହାକୁ ରୋଲ ଆଉଟ କରାଯାଇଛି । ଏହି ଭର୍ଜନର ଇଣ୍ଟରନାଲ ସପ୍ଟୱେୟାର କୋଡିଙ୍ଗରେ nfccharging ଦେଖାଯାଇଛି । ଯାହା ନିୟର ଫିଲ୍ଡ ୱେୟାରଲେସ ଚାର୍ଜିଂ ସଲ୍ୟୁସନ ପାଇଁ ବ୍ୟବହାର କରାଯାଇଛି । Android 15 ରେ NFC WLC 2.0  ଉପଲବ୍ଧ ରହିବ, ଯାହାକୁ ୨୦୨୧ରେ ଲଞ୍ଚ କରାଯାଇଥିଲା ।