୩ ବର୍ଷର ସଂଘର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ, ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

୯୭ ଜଣଙ୍କ ଭିତରୁ ୪୭ ଜଣ ଦେଇଥିଲେ ସାକ୍ଷୀ । ପୂର୍ବତନ ଭାଜପା ନେତାଙ୍କ ପୁଅ ମୁଖ୍ୟ ଦୋଷୀ ।

ଡେରାଡୁନ୍: ଅଙ୍କିତା ଭଣ୍ଡାରିଙ୍କୁ ମିଳିଲା ନ୍ୟାୟ । ଉତ୍ତରପ୍ରଦେଶ ଅଙ୍କିତା ହତ୍ୟାକାଣ୍ଡରେ ଏକ କୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଭାରତୀୟ ଜନତା ପାର୍ଟି ପୂର୍ବତନ ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟା, ସୌରବ ଭାସ୍କର ଏବଂ ଅଙ୍କିତ ଗୁପ୍ତା ଘଟଣାରେ ସମ୍ପୃକ୍ତ ଥିବାବେଳେ ଗିରଫ କରାଯାଇଥିଲା । ବର୍ତ୍ତମାନ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

କୋଟଦ୍ୱାରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଅଙ୍କିତା ହତ୍ୟା ଘଟଣାରେ ଦୋଷୀ ପାଇଛନ୍ତି । ପୌରୀ ଜିଲ୍ଲା ୟମକେଶ୍ୱରରେ ଥିବା ପୁଲକିତଙ୍କ ରିସୋର୍ଟ ବନତାରାରେ ଅଙ୍କିତା ରିସେପ୍ସନାଲିଷ୍ଟ ଭାବେ କାର୍ଯର୍୍ୟ କରୁଥିଲେ ।

ଅଙ୍କିତା ନିଖୋଜ ଥିବାବେଳେ ୨୦୨୨ ସେପ୍ଟେମ୍ବର ୧୮ରେ ଜିଲ୍ଲା କେନାଲରେ ତାଙ୍କ ମୃତଦେହ ମିଳିଥିଲା । ଅଙ୍କିତାଙ୍କୁ ରେପ୍ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହେବା ପରେ ସ୍ୱତନ୍ତ୍ର ଯାଞ୍ଚ ଟିମ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ମାମଲାର ଟ୍ରାଏଲବେଳେ ୫୦୦ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରାଯିବା ସହ ୯୭ ସାକ୍ଷୀଙ୍କ ଭିତରୁ ୪୭ ଜଣ କୋର୍ଟରେ ସାକ୍ଷୀ ଦେବାକୁ ହାଜର ହୋଇଥିଲେ । ମାମଲାର ଟ୍ରାଏଲ ୨୦୨୪ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିଲା ।

ରିସୋର୍ଟ କ୍ଲାଇଣ୍ଟଙ୍କୁ ସ୍ପେସାଲ ସର୍ଭିସ୍ ଦେବା ପାଇଁ ଅଙ୍କିତାଙ୍କୁ ବାଧ୍ୟ କରିଥିଲା ପୁଲକିତ । ଯାହାପରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବଦଲା ନେବା ପାଇଁ ପୁଲକିତ ସୌରଭ ଏବଂ ଅଙ୍କିତ ୩ ଜଣ ମିଶି ଅଙ୍କିତାଙ୍କୁ ନିର୍ଯାତନା ଦେବା ସହ ହତ୍ୟା କରିଥିଲେ ।