କେଜ୍ରିୱାଲଙ୍କ ଗିରଫକୁ ନେଇ ଦୁଃଖ ପ୍ରକାଶ କଲେ ସମାଜସେବୀ ଆନ୍ନା ହଜାରେ, ଜାଣନ୍ତୁ କଣ କଣ କହିଲେ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ସମାଜସେବୀ ଆନ୍ନା ହଜାରେଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ ପ୍ରେସନୋଟରେ କହିଛନ୍ତି ଯେ, ଭ୍ରଷ୍ଠାଚାରର ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ହେବାକୁ ନେଇ ମୁଁ ବହୁତ ଦୁଃଖିତ । ଜନଲୋକପାଳ ଅନ୍ଦୋଳନରେ ମୋ ସହ ରହିଥିବା କେଜ୍ରିୱାଲଙ୍କ ଦୁର୍ନୀତି ମାମଲାରେ ଗିରଫ ହେବା ସବୁଠାରୁ ବଡ଼ ବିଡ଼ମ୍ବନା । ଯାହା ବିରୋଧରେ ଲଢିବା ପାଇଁ ମୁଁ ସମଗ୍ର ଜୀବନ ବିତାଇଦେଇଛି, ତାର ସଂପୂର୍ଣ୍ଣ ବିପରୀତ ବ୍ୟବହାର କାରି କେଜ୍ରିୱାଲ କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଭାଙ୍ଗିଦେଇଛନ୍ତି ।

ଆନ୍ନା କହିଛନ୍ତି ଯେ, ଏପରି ବ୍ୟବାହରରେ ସାମାଜିକ ଆନ୍ଦୋଳନରେ କାର୍ଯ୍ୟରତ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଲୋକମାନଙ୍କ ବିଶ୍ୱାସ ଉଠି ଯିବ । ଏହା ସ୍ପଷ୍ଟ ହୋଇଯାଇଛି ଯେ, ଏକ ପବିତ୍ର ଅନ୍ଦୋଳନକୁ ଏକ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଇଛି ।

ସେ କହିଛନ୍ତି ଯେ, ଏହି ପୂରା ମାମଲାରେ ମୁଁ ଆଶ୍ଚର୍ଯ୍ୟ ଏବଂ ସର୍ବଦା ରହିବି । ଏହି ମାମଲାର ମୂଳ ପର୍ଯ୍ୟନ୍ତ ତଦନ୍ତ ହେବା ଆବଶ୍ୟକ । ମୋତେ ବିଶ୍ୱାସ ରହିଛି ଯେ, ସମସ୍ତ ତଦନ୍ତ ପରେ ଜନତାଙ୍କ ପାଖକୁ ସତ ଆସିବ ଏବଂ ଯିଏ ଦୋଷୀ ତାକୁ ଦଣ୍ଡ ମିଳିବ । ସେ କହିଛନ୍ତି, ‘ଦୁଃଖର ବିଷୟ ଯେ ରାଜନୈତିକ ଅଭିଳାଷ ପାଇଁ ଏକ ଆନ୍ଦୋଳନ ନଷ୍ଟ ହୋଇଯାଇଛି। ଆଜି ସେହି ଆନ୍ଦୋଳନର ରାଜନୈତିକ ବିକଳ୍ପ ମଧ୍ୟ ବିଫଳ ହୋଇଛି। ଏହା ଦୁର୍ଭାଗ୍ୟଜନକ।