fbpx

ଭଲ ଖବର: ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ଆଜି ରାଜ୍ୟରେ ଆଉ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୭୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସୁନ୍ଦରଗଡରେ ସର୍ବାଧିକ ୩୦, ଖୋର୍ଦ୍ଧାରେ ୨୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରେ ୧୭, କଟକରେ ୧୧, ମୟୂରଭଞ୍ଜରେ ୧୦, ଗଜପତିରେ ୮, ବରଗଡରେ ୫, ନୟାଗଡରେ ୪, ବଲାଙ୍ଗିରରେ ୩ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.