fbpx

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପୁଣି ବଡ଼ ଝଟକା, ପତ୍ନୀଙ୍କୁ ୧୪ ବର୍ଷ ଜେଲ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଇମରାନଙ୍କ ବେଗମ୍ ବୁଶରା ବିବିଙ୍କୁ ପାକିସ୍ତାନ କୋର୍ଟ ତୋଶାଖାନା ମାମଲା(Toshakhana Case)ରେ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ଉଭୟ ଇମରାନ ଖାନ ଏବଂ ତାଙ୍କ ବେଗମଙ୍କୁ ୧୦ ବର୍ଷ ପାଇଁ ଦେଶରେ କୌଣସି ପଦ-ପଦବୀରେ ଅବସ୍ଥାପିତ ହେବା ନେଇ ବାରଣ କରାଯାଇଛି । ଏହା ସହ ଉଭୟଙ୍କ ଉପରେ ୭୮.୮ କୋଟିର ଜୋରିମାନା ଲଗାଇଛନ୍ତି କୋର୍ଟ । କହିରଖୁଛୁ ମଙ୍ଗଳବାର ଅଫିସିଆଲ ସିକ୍ରେଟ୍ ଆକ୍ଟ ଅନ୍ତର୍ଗତ ଗଠିତ ବିଶେଷ ଅଦାଲତ ଇମରାନ ଖାନ ଏବଂ ତାଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶିଙ୍କୁ Cipher caseରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

୨୦୨୩ ନଭେମ୍ବର ୨୫ରେ ଇମରାନ ଖାନଙ୍କ ପତ୍ନୀଙ୍କ ପୂର୍ବତନ ସ୍ୱାମୀ ଖାୱର ଫରୀଦ୍ ମନେକା ଦୁହିଙ୍କ ବିରୋଧରେ ବ୍ୟଭିଚାର ଏବଂ ଜାଲିଆତି କରି ବିବାହ କରିଥିବାର ଅଭିଯୋଗ କରିଥିଲେ । ତେବେ ଆସନ୍ତୁ ଜାଣିବା ତୋଶାଖାନା ନିୟମ କ’ଣ?
ପାକିସ୍ତାନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କିମ୍ବା କୌଣସି ମନ୍ତ୍ରୀଙ୍କୁ ମିଳୁଥିବା ଉପହାରର ସୂଚନା ନ୍ୟାସନାଲ ଆର୍କାଇଭକୁ ଦେବାକୁ ପଡ଼ିଥାଏ । ଯଦି ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ଏହି ଉପହାରକୁ ରଖିବାକୁ ଚାହାନ୍ତି ତେବେ ସେମାନଙ୍କୁ ଉପହାରର ମୂଲ୍ୟ ପୈଠ କରିବାକୁ ପଡ଼ିଥାଏ । ଅପରପକ୍ଷରେ ଯଦି ଉପହାର ନ ରଖିବାକୁ ଚାହାନ୍ତି ତେବେ ଏହାକୁ ତୋଶାଖାନା(ଟ୍ରେଜରୀ)ରେ ଜମା କରାଯାଏ । ଯଦି ଉପହାହରର ମୂଲ୍ୟ ୧୦ ହଜାର ପାକିସ୍ତାନୀ ଟଙ୍କାରୁ କମ୍ ହୁଏ ତେବେ ଉକ୍ତ ମନ୍ତ୍ରୀ ଉପହାର ରଖିପାରିବେ । କହିରଖୁଛୁ ସାଉଦୀ କ୍ରାଉନ୍ ପ୍ରିନ୍ସ ଇମରାନଙ୍କୁ ଏକ ହୀରା ହାର ଉପହାର ଦେଇଥିଲେ ଯାହାର ମୂଲ୍ୟ ୧୮ କୋଟି ପାକିସ୍ତାନୀ ଟଙ୍କା । ତେବେ ଇମରାନଙ୍କ ପତ୍ନୀ ବୁଶରା ବିବି ଏହି ହୀରା ହାରକୁ ଲାହୋର ସ୍ଥିତ ପ୍ରସିଦ୍ଧ ଜ୍ୱେଲରକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.