fbpx

Olymipcs-2024; ବକ୍ସିଙ୍ଗରୁ ମିଳିବ ଆଉ ଏକ ପଦକ! କ୍ୱାର୍ଟର ଫାଇନାଲରେ ଏଣ୍ଟ୍ରି କଲେ ଲଭଲିନା…

ନୂଆଦିଲ୍ଲୀ: ଭାରତର ମହିଳା ବକ୍ସର ଲଭଲିନା ବୋରଗୋହେନ୍ ଦେଶ ପାଇଁ ଆଉ ଏକ ପଦକ ଆଣିବାର ଖୁବ ନିକଟତର ହୋଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଲଭଲିନା । ନରୱେର ବକ୍ସର ସନିଭା ହାଫ୍ସଟେଡଙ୍କୁ ପରାସ୍ତ କରି ଲଭଲିନା ଭାରତ ପାଇଁ ପଦକ ଆଶା ବୃଦ୍ଧି କରିଛନ୍ତି । ନରୱେ ଉପରେ ଏହି ବିଜୟ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ତାଙ୍କୁ ସୁଯୋଗ ମିଳିଯାଇଛି । ତେଣୁ ମନୁ ଭାକରଙ୍କ ପରେ ଲଭଲିନା ଭାରତ ପାଇଁ ଆଉ ଏକ ପଦକ ଭେଟି ଦେଇପାରନ୍ତି ବୋଲି ଆଶା କରାଯାଉଛି ।

ନରୱେ ବିପକ୍ଷ ମ୍ୟାଚରେ ଲଭଲିନା ପ୍ରଥମ ରାଉଣ୍ଡରୁ ହିଁ ଭାରି ପଡ଼ିଥିଲେ । ସନିଭାଙ୍କ ଉପରେ ଆଟାକ କରି ଏହି ମ୍ୟାଚକୁ ଅତି ସହଜରେ ନିଜର କରି ନେଇଛନ୍ତି । ପ୍ରଥମ ରାଉଣ୍ଡରେ ୫-୦ ହାସଲ କରିଥିବା ବେଳେ ଆଶା ଅନୁସାରେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରି ୫-୦ ପଏଣ୍ଟ ସଂଗ୍ରହ କରିଥିଲେ । ଏହାପରେ ତୃତୀୟ ରାଉଣ୍ଡ ମଧ୍ୟ ୫-୦ରେ ରହି ମ୍ୟାଚରେ ଏକତରଫା ବିଜୟ ହାସଲ କରିଛନ୍ତି । ବିଜୟ ସହ କ୍ୱାର୍ଟର ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି ଲଭଲିନା । ଏହି ମ୍ୟାଚରେ ଚୀନର ଷ୍ଟାର ବକ୍ସର ଲି କିୟାନଙ୍କୁ ଭେଟିବେ ଲଭଲିନା ।

ଏହି ବିଜୟ ସହିତ ଲଭଲିନା ୩ ଜଣ ଭାରତୀୟ ବକ୍ସରଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି । ଅଲିମ୍ପିକ୍ସର ଚତୁର୍ଥ ଦିନରେ ପରାଜୟ ସହ ଭାରତର ୩ ଜଣ ବକ୍ସର ଏହି ଇଭେଣ୍ଟରୁ ବାଦ୍ ପଡ଼ିଛନ୍ତି । ଦେଶର ଷ୍ଟାର ବକ୍ସର ଅମିତ ପଙ୍ଘାଲ, ଜସ୍ମିନ୍ ଲମ୍ବୋରିୟା ଏବଂ ପ୍ରୀତି ପୱାରଙ୍କ ପ୍ରି-କ୍ୱାର୍ଟରରୁ ପରାଜୟର ସାମନା କରି ଅଲିମ୍ପିକ୍ସରୁ ବାଦ୍ ପଡ଼ିଛନ୍ତି ।

Get real time updates directly on you device, subscribe now.