fbpx

Video: ରାଜ୍ୟରେ ହାତୀ ମୃତ୍ୟୁ ଉପରେ ଲାଗୁନି ରୋକ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତା ମୃତ

କଟକ: ଆଠଗଡ଼ରେ ପୁଣି ଗଲା ଦନ୍ତାହାତୀର ଜୀବନ । ମୃତ ଦନ୍ତାର ଶୁଣ୍ଢରେ କ୍ଷତ ଚିହ୍ନ ଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ପଡ଼ି ରହିଛି ହାତୀଟିର ମୃତଦେହ । ତେବେ ହାତୀଟିର ଦାନ୍ତ ଅକ୍ଷୁର୍ଣ୍ଣ ରହିଛି । କିଛି ସ୍ଥାନୀୟ ଲୋକେ ମୃତ ହାତୀକୁ ଦେଖି ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଗତ କିଛି ଦିନ ହେବ ହାତୀ ମୃତ୍ୟୁକୁ ନେଇ ଆଠଗଡ଼ ବନଖଣ୍ଡ ହେଡଲାଇନରେ ରହିଛି । ଏଠାରେ କିଛି ହାତୀଙ୍କ ମୃତ୍ୟୁ ପରେ ରାତାରାତି ସେମାନଙ୍କୁ ପୋଟି ଦେବା ଭଳି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା । ଏହିଭଳି ଭାବେ ରାଜ୍ୟରେ ଗତ ମଧ୍ୟରେ ନିୟମିତ ଭାବେ ହାତୀ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି । ବିଶେଷ କରି ଆଠଗଡ଼ ବନଖଣ୍ଡରେ ହାତୀମୃତ୍ୟୁ ହାର ଅଧିକ ଥିବା ଦେଖିବାକୁ ମିଳିଛି । ଯଦି ଏହି ହାର ଲାଗି ରହେ ଦିନ ଆସିବ ଆଠଗଡ଼ ବନଖଣ୍ଡରୁ ହାତୀ ସଫା ହୋଇଯିବ ।

Get real time updates directly on you device, subscribe now.