fbpx

ମିଳିତ ଜାତିସଂଘର ଚେତାବନୀ: ଆସନ୍ତା ୨୦୩୦ ସୁଦ୍ଧା ଆସିବ କୋଭିଡ-୧୯ ପରି ଆଉ ଏକ ମହାମାରୀ! ପଶୁଙ୍କ ଠାରୁ ମଣିଷକୁ ବୀମାରୀ ବ୍ୟାପିବ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦୀର୍ଘ ୩-୪ ବର୍ଷ ଧରି ସାରା ବିଶ୍ୱବାସୀଙ୍କୁ କବଳିତ କରି ରଖିଥିଲା । କରୋନା ଭାଇରାସ ପାଇଁ ଲକ୍ଷାଧିକ ଲୋକ ପ୍ରାଣ ହରାଇବା ସହ ଅନେକ ବିଭିନ୍ନ ଦେଶ ଦେବାଳିଆ ପରିସ୍ଥିତିକୁ ଚାଲିଆସିଥିଲେ । ସମଗ୍ର ବିଶ୍ୱର ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା । ତେବେ ଆଗାମୀ ଦିନରେ ପୁଣି ଏକ ମହାମାରୀ ଆସିବାର ସମ୍ଭାବନା ରହିଛି । ଆଗାମୀ ୫-୬ ବର୍ଷ ମଧ୍ୟରେ ନୂଆ ମହାମାରୀ ବ୍ୟାପିପାରେ ବୋଲି ମିଳିତ ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଅନେକ ପ୍ରଜାତି ଏବେ ଧରିତ୍ରୀ ବକ୍ଷରୁ ଗାଏବ୍ ହୋଇଯାଇଛନ୍ତି । ଫଳରେ ବିଭିନ୍ନ ପ୍ରଜାତିଙ୍କ ମଧ୍ୟରେ ନୂଆ ସମ୍ପର୍କ ସ୍ଥାପନ ହେଉଥିବା ଦେଖାଯାଉଛି । ଏହି କାରଣରୁ ପଶୁଙ୍କ ଠାରୁ ମଣିଷକୁ ବୀମାରୀ ବ୍ୟାପିବାର ଆଶଙ୍କା ବଢ଼ିଯାଇଛି ।

ଜଳବାୟୁ ପରିବର୍ତ୍ତନ କାରଣରୁ ଧରିତ୍ରୀ ବକ୍ଷରୁ ଅନେକ ଜୀବଙ୍କ ପ୍ରଜାତି ବିଲୃପ୍ତ ହୋଇଯାଇଛନ୍ତି । ଏହି କାରଣରୁ ଏହି ଜୀବଙ୍କ ମଧ୍ୟରେ ସମ୍ପର୍କ ବଢ଼ିଯାଇଛି । ଫଳରେ ଭବିଷ୍ୟତରେ ପଶୁଙ୍କ ଠାରେ ହେଉଥିବା ବୀମାରୀ ଦ୍ୱାରା ମଣିଷ ଅଧିକ ସଂକ୍ରମିତ ହେବେ । ମଣିଷ ଜୁନୋଟିକ ବୀମାରୀର ଶିକାର ହେବ । ଜୁନୋଟିକ ବୀମାରୀ ବା ପଶୁଙ୍କ ଠାରୁ ମଣିଷକୁ ବ୍ୟାପୁଥିବା ରୋଗକୁ ନେଇ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଜାରି ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି । ସୃଷ୍ଟି ହେଉଥିବା ନୂଆ ଜୁନୋଟିକ ବିମାରୀ ୨୦୨୩୦ ସୁଦଧା ଆଉ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ ।

ସଂଯୁକ୍ତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ପକ୍ଷରୁ ଜୁଲାଇ ୧୬ରେ ଏହି ରିପୋର୍ଟ ଜାରି କରାଯାଇ ଜଳବାୟୁ ପରିବର୍ତ୍ତନ ହିଁ ଏହା ପଛର କାରଣ ବୋଲି କୁହାଯାଇଛି । କ୍ଲାଇମେଟ ଚେଞ୍ଜ ମଧ୍ୟ ମଣିଷ ପାଇଁ ହେଉଛି । ତେଣୁ ତା’ର ପ୍ରଭାବ ମଣିଷ ଉପରେ ହିଁ ପଡ଼ିବ । ଜୁନୋଟିକ ବିମାରୀ ବିଶ୍ୱର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି । କାରଣ ଏହା ଦ୍ରୁତ ଭାବେ ବ୍ୟାପୁଥିବା ବେଳେ ଶୀଘ୍ର ଠିକ୍ ହୁଏ ନାହିଁ ।

Get real time updates directly on you device, subscribe now.