ଜବଲପୁର : ପୁଣିଥରେ ସାମ୍ନାକୁ ଆସିଛି ଏକ ରେଳ ଦୁର୍ଘଟଣା । ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅର୍ନ୍ତଗତ ଶାହାପୁରର ଭିତୋନି ଠାରେ ଏକ ମାଲଗାଡ଼ିର ୨ଟି ୱାଗନ (ଟ୍ୟାଙ୍କ) ଲାଇନଚ୍ୟୁତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଭାରସାମ୍ୟ ହେରାଇ ଟ୍ରାକ ତଳକୁ ଖସିଗଲା ଟ୍ରେନ ।
ପଶ୍ଚିମ କେନ୍ଦ୍ରୀୟ ରେଳବାଇର “ସିପିଆରଓ’ଙ୍କ କହିବା ଅନୁଯାୟୀ , ଗୋଟିଏ ଘରୋଇ କମ୍ପାନୀ ପାଇଁ ୨ଟି ୱାଗନ ନିଆଯାଉଥିଲା । କିନ୍ତୁ ଗତ ରାତିରେ ଖଲାସ ପାଇଁ ରଖାଯାଇଥିବା ୨ଟି ଏଲପିଜି ୱାଗନ ଲାଇନଚ୍ୟୁତ ହୋଇଛି । କିନ୍ତୁ ଏଥିଯୋଗୁଁ ଟ୍ରେନ ଚଳାଚଳ ପାଇଁ ଥିବା ମୁଖ୍ୟ ଟ୍ରାକରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହୋଇଥିବା ସୂଚନା ମିଳିନାହିଁ । ଆଜି ସକାଳୁ “ସାଇଡ଼ିଙ୍ଗ ଅଥରିଟି’ର ଉପସ୍ଥିତିରେ ସେଠାରେ ପୁନରୂଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ଏହି ଦୁର୍ଘଟଣାଟି ଶାହାପୁର ଅର୍ନ୍ତଗତ ଭିତୋନି ଷ୍ଟେସନ ନିକଟରେ ଥିବା ଭାରତ ପେଟ୍ରୋଲିୟମ ଡିପୋ ନିକଟରେ ଘଟିଛି । ଏହି ବିଷୟରେ ସୂଚନା ପାଇବାମାତ୍ରେ ରେଳବାଇ ଅଧିକାରୀ ” ଆକି୍ସଡ଼େଣ୍ଡ ରିିଲିଫ ଭେଇକ୍କ’ ସହ ବିଳମ୍ବିତ ରାତିରେ ଦୂର୍ଘଟଣାସ୍ଥଳରେ ପହଞ୍ଚିଥିଲେ ।