fbpx

ପୁଣି ବାଲେଶ୍ୱରରେ ଟ୍ରେନ ଅଘଟଣ: ସୋର ଷ୍ଟେସନରେ ଜଳିଗଲା ଟ୍ରେନର ୪ଟି ବଗି

ବାଲେଶ୍ୱର: ପୁଣିଥରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ଟ୍ରେନ ଦୁର୍ଘଟଣା । ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ନେଇ ଜାଣିବାକୁ ମିଳିଛି । ଭଦ୍ରକରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଏହି ଟ୍ରେନର ୪ଟି ବଗିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଭୟ ଖେଳିଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ଭଦ୍ରକରୁ ଝାଡ଼ଖଣ୍ଡକୁ ଯାଉଥିବା ଏହି ମାଲବାହୀ ଟ୍ରେନରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ତେବେ ଏଭଳି ଏକ ଅଘଟଣରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।

Get real time updates directly on you device, subscribe now.