fbpx

ହାଡ଼ ଶକ୍ତ ହେବା ସହ ବାର୍ଦ୍ଧକ୍ୟ ଆସିବାକୁ ଦେବନି ବାଉଁଶ ବୋତଲ ପାଣି

ନୂଆଦିଲ୍ଲୀ : ସାଧାରଣତଃ ଲୋକମାନେ ପାନୀୟ ଜଳ ପାଇଁ ପ୍ଲାଷ୍ଟିକ କିମ୍ବା କାଚ ବୋତଲ ବ୍ୟବହାର କରନ୍ତି । କିନ୍ତୁ ପ୍ଲାଷ୍ଟିକ୍ ବୋତଲରେ ଦୀର୍ଘ ସମୟ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ଅନ୍ୟପକ୍ଷରେ ପାଣି ଭରିବା ବା ପିଇବା ସମୟରେ କାଚ ବୋତଲ ଗୁଡିକ ଭାଙ୍ଗି ଯିବାର ସମ୍ଭାବାନା ଥାଏ । ଏଭଳି ପରିସ୍ଥିତିରେ ଆଜିକାଲି ବାଉଁଶ ବୋତଲର ଚାହିଦା ବଢିଯାଇଛି । ବାଉଁଶ ବୋତଲ କେବଳ ସୁନ୍ଦର ଦେଖାଯାଏ ତାହା ନୁହେଁ, ଏଥିରେ ପାଣି ରଖି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭ ମିଳିଥାଏ ।

ପ୍ଲାଷ୍ଟିକ୍ ତୁଳନାରେ ବାଉଁଶ ବୋତଲ ପାଣି ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି ଫଙ୍ଗଲ୍ ଏବଂ ବାୟୋଡିଗ୍ରେଡେବଲ୍ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ ବି ୬, ପୋଟାସିୟମ୍, ତମ୍ବା, ମାଙ୍ଗାନିଜ୍, ଜିଙ୍କ, ଭିଟାମିନ୍ ବି ୨, ଟ୍ରାଇପଟୋଫାନ୍, ପ୍ରୋଟିନ୍, ଆଇସୋଲ୍ୟୁସିନ୍ ଏବଂ ଆଇରନ୍ ଭଳି ପୋଷକ ତ୍ୱତ୍ତ ମିଳିଥାଏ । ଯାହା ସଂକ୍ରମଣର ସମ୍ଭାବନାକୁ ଦୂର କରି ସ୍ୱାସ୍ଥ୍ୟ ପାଇଁ ଅନେକ ଆଶ୍ଚର‌୍ୟ୍ୟଜନକ ଲାଭ ଦେଇଥାଏ । ଆସନ୍ତୁ ଜାଣିବା ..

ବାଉଁଶ ବୋତଲରେ ରଖାଯାଇଥିବା ପାନୀୟ ଜଳର ଉପକାର-

ବାର୍ଦ୍ଧକ୍ୟ ବିରୋଧୀ : ବାଉଁଶ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଉପାଦାନଗୁଡ଼ିକ ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ବାଉଁଶରେ ଥିବା ସିଲିକା, ଆଣ୍ଟି ଫଙ୍ଗଲ୍, ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ କେବଳ ଯେ କ୍ଷତିକାରକ ବ୍ୟାକ୍ଟେରିଆରୁ ରକ୍ଷା କରି ଚର୍ମକୁ ସୁସ୍ଥ ରଖେ ନାହିଁ ବରଂ ଚର୍ମ କୋଷଗୁଡ଼ିକୁ ବିନାଶରୁ ମଧ୍ୟ ରକ୍ଷା କରିଥାଏ। ତୁମ ଚର୍ମକୁ ଦାଗହୀନ ରଖିବା ପାଇଁ ବାଉଁଶ ବୋତଲରୁ ପାଣିରେ ମୁହଁକୁ ଭଲ ଭାବରେ ଧୋଇବା ଉଚିତ୍ । ଅନ୍ୟ ପଟେ ଯଦି ଆପଣଙ୍କର ଦାଗ ବା ସନ୍ ଟ୍ୟାନ୍ ସମସ୍ୟା ଥାଏ, ତେବେ ବାଉଁଶ ପତ୍ରର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ପ୍ରଭାବିତ ଅଞ୍ଚଳରେ ଦିନକୁ ଦୁଇଥର ଲଗାନ୍ତୁ ।

ପେଟ ପାଇଁ ଲାଭଦାୟକ- ଆଜିକାଲି ଖରାପ ଜୀବନଶ ଶୈଳୀ ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ କୋଷ୍ଠକାଠିନ୍ୟ, ପେଟ କଷ୍ଟ, ଅଲସର, ପେଟ ଯନ୍ତ୍ରଣା ସୃଷ୍ଟି ହେଉଛି । ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ, ଆପଣ ବାଉଁଶ ବୋତଲରୁ ପାଣି ପିଇପାରିବେ ।

କେଶ ପାଇଁ ଲାଭଦାୟକ -ବାଉଁଶ ବୋତଲରେ ପାଣି ପିଇବା ଦ୍ୱାରା ବାଉଁଶରେ ଥିବା ସିଲିକା ଶରୀରରେ ପହଞ୍ଚି କୋଲାଜେନ୍ ପରିମାଣ ବୃଦ୍ଧି କରାଇଥାଏ । ଯାହା ସୁସ୍ଥ କେଶର ପାଇଁ ଜରୁରୀ । ଏହି ପାଣି ପିଇବା ସହିତ କେଶ ଝଡ଼ିବା ସମସ୍ୟା ଦୂର ହେବା ସହିତ କେଶ ବୃଦ୍ଧି ମଧ୍ୟ ଭଲ ହୋଇଥାଏ । ଭଲ କେଶ ବୃଦ୍ଧି ପାଇଁ, ବାଉଁଶ ପାଣି ପିଇବା ସହିତ କେଶକୁ ସାମ୍ପୁ କରିବା ପରେ ବାଉଁଶ ବୋତଲ ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ, ଏହା କରିବା ଦ୍ୱାରା କେଶ ସମସ୍ତ ଆବଶ୍ୟକୀୟ ପୁଷ୍ଟିକର ହୋଇଥାଏ ।

ହୃଦୟ ସ୍ୱାସ୍ଥ୍ୟ -ବାଉଁଶ ପାଣି ଆପଣଙ୍କ କୋଲେଷ୍ଟ୍ରଲକୁ ସନ୍ତୁଳିତ ରଖିବାରେ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ । ବାଉଁଶ ବୋତଲରୁ ପାଣି ପିଇବା ହୃଦ୍‌ରୋଗକୁ ରୋକିଥାଏ । ଏଥିପାଇଁ ପ୍ରତିଦିନ ବାଉଁଶ ବୋତଲରୁ ପାଣି ପିଅନ୍ତୁ ।

ସୁସ୍ଥ ବା ଦୃଢ ହାଡ ପାଇଁ ଲାଭଦାୟକ- ବାଉଁଶରେ ଥିବା ସିଲିକା କେବଳ କେଶ ଏବଂ ଚର୍ମ ପାଇଁ ନୁହେଁ ବରଂ ହାଡକୁ ଦୃଢ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ହାଡ ସହ ଜଡିତ କୌଣସି ରୋଗରେ ପୀଡିତ ଅଛନ୍ତି, ତେବେ ଆପଣ ବାଉଁଶ ବୋତଲରୁ ପାଣି ପିଇ ଆପଣଙ୍କ ସମସ୍ୟାକୁ ହ୍ରାସ କରିପାରିବେ ।

Get real time updates directly on you device, subscribe now.