ଯୁକ୍ତ 2 କଲେଜରେ ନିଯୁକ୍ତି ହେବେ ଅତିଥି ଅଧ୍ୟାପକ, ଦରମା ମାସକୁ 20 ହଜାର

ଜୁନ 20ରୁ କାର୍ଯ୍ୟରେ ଯୋଗ ଦେବେ ଅତିଥି ଅଧ୍ୟାପକ ।

ଭୁବନେଶ୍ବର: ଯୁକ୍ତ 2 କଲେଜରେ ଅନେକ ପଦବୀ ଖାଲି ପଡିଛି । ତେବେ ଏହି ପଦବୀକୁ ଖରା ଛୁଟି ପୂର୍ବରୁ ପୂରଣ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତି ଆରମ୍ଭ କରିଛି ।

ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି କରାଯିବ । ପାଠପଢ଼ାରେ ଅସୁବିଧା ନହେବା ପାଇଁ ଏହା ପଦକ୍ଷେପ ଗ୍ରହଣ କରାଯାଉଛି ।

ନିଯୁକ୍ତି ହେବେ କଲେଜ ଅଧ୍ୟାପକ- 2025-26 ଶିକ୍ଷାବର୍ଷ ଆରମ୍ଭରୁ ସମସ୍ତ କଲେଜରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଯୁକ୍ତ ଦୁଇକୁ ଉନ୍ନୀତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

ଚିଠି ଅନୁଯାୟୀ, ଆଜି ସମସ୍ତ କଲେଜ ନିଜ ଖାଲି ପଦବୀ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ । ଜୁନ 17 ତାରିଖ ସୁଦ୍ଧା ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି ।

1 ବର୍ଷ ପାଇଁ ନିଯୁକ୍ତି- ତେବେ ନିଯୁକ୍ତି ଅତିଥି ଅଧ୍ୟାପକଙ୍କ କଣ୍ଟ୍ରାକ୍ଟ 1 ବର୍ଷ ପାଇଁ ରହିବ । ଜୁନ 20 ତାରିଖ ସୁଦ୍ଧା ଅତିଥି ଅଧ୍ୟାପକମାନେ କାର୍ଯ୍ୟରେ ଯୋଗ ଦେବେ । ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି ।

ମାସକୁ ଦରମା 20 ହଜାର- ଚୟନ କମିଟି ଦ୍ବାରା ଏହି ନିଯୁକ୍ତି ନିଆଯିବ । ଏହି କମିଟିରେ ସରକାରୀ କଲେଜ ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଅଧିକାରୀ, ବରିଷ୍ଠ ଅଧ୍ୟାପକ ଏବଂ ବିଷୟ ବିଶେଷଜ୍ଞ ରହିବେ । ବିଏଡ ସହିତ ସ୍ନାତକତ୍ତୋର କରିଥିବା ଆବଶ୍ୟକ । ଗୋଟିଏ କ୍ଲାସ ପିଛା 400 ଟଙ୍କା ମିଳିବ । ମାସକୁ ସର୍ବାଧିକ 50ଟି କ୍ଲାସ କରିପାରିବେ ।