fbpx

ଜେଲରେ ମେଡିକାଲ ଅଫିସର ନିଯୁକ୍ତି, ୭୦ ବର୍ଷ ହୋଇଥିଲେ ବି କରିପାରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରେ ମେଡିକାଲ ଅଫିସର ନିଯୁକ୍ତି ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜେଲ୍‍ ବିଭାଗ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଇଛି । ୪୨ଟି ଜେଲ୍‍ ପାଇଁ ମେଡିକାଲ ଅଫିସର ନିଯୁକ୍ତ ହେବେ । ଏମ୍‍.ବି.ବି.ଏସ୍‍’ର ଡିଗ୍ରୀଧାରୀ ଏବଂ ଅବସରପ୍ରାପ୍ତ ମେଡିକାଲ ଅଫିସର୍‍ ଏଥିପାଇଁ ଆବେଦନ କରିପାରିବେ । ସର୍ବାଧିକ ବୟସସୀମା ୭୦ ବର୍ଷ ଧାର୍ଯ୍ୟ କରାଯାଇଛି । ଚୁକ୍ତିଭିତ୍ତିକ ଭାବେ ଏହି ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜେଲ୍‍ ବିଭାଗ ପକ୍ଷରୁ କୁହାଯାଇଛି ।

ଜେଲ ଗୁଡିକରେ ଥିବା ହସ୍ପିଟାଲରେ ଏକ LTRMO ପଦବୀ ପ୍ରସ୍ତୁତ କରିବାକୁ କୁହାଯାଇଛି । ସୂଚନା ଅନୁସାରେ, ଅନେକ ସମୟରେ ଜେଲରେ ଥିବା ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ଜେଲ ବାହାରେ ଥିବା ହସ୍ପିଟାଲକୁ ନିଆଯାଉଛି । ଅନେକ ସମୟରେ ଜେଲରୁ ହସ୍ପିଟାଲ ଯିବା ବାଟରେ ଅନେକ କଏଦୀ ଖସିଯିବାର ନଜିର ରହିଛି । ଜେଲରେ କଏଦୀମାନଙ୍କ ଲାଗି ଉଚିତ ଚିକିତ୍ସା ଅଭାବରୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାର ଲାଗିଥାଏ । ଏହାପରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର କିଛି ଡାକ୍ତର ଜେଲରେ ଥିବା ଅନ୍ତେବାସୀ ଓ କଏଦୀଙ୍କୁ ରୁଟିନ ଚିକିତ୍ସା କରାଇଥାନ୍ତି ।

ଏପଟେ ରାଜ୍ୟରେ ବିଭିନ୍ନ ଜେଲରେ ଥିବା ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ଓ ଜିଲ୍ଲା ଜଜମାନେ ନିୟମିତ ଭାବରେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଜେଲରେ ଅବସ୍ଥା ଓ ଅନ୍ତେବାସୀ ସମେତ କଏଦୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କଣ କଣ ପଦକ୍ଷେପ ନିଆଯାଉଛି ତାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପଟେ ମଧ୍ୟ କିଛି ଦିନ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସ୍ବାସ୍ଥ୍ୟ ସେବା ଯାଞ୍ଚ ପାଇଁ ଏକ ଟିମ ଭିଜିଟ କରୁଛନ୍ତି ।

Get real time updates directly on you device, subscribe now.