fbpx

ଫୋନ୍‌ରେ ଦେଖିବାକୁ ମିଳୁଛି କି ଏହି ସଂକେତ? ତେବେ କେବେ ବି ଫାଟିପାରେ ବ୍ୟାଟେରୀ

ଓଡ଼ିଶା ଭାସ୍କର: ରିଚାର୍ଜେବଲ ବ୍ୟାଟେରୀର ବ୍ୟବହାର ଆମେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଗାଜେଟସ୍‌ରେ ହେଉଛି । ହାତରେ ବାନ୍ଧିଥିବା ଘଡି ଠାରୁ ଆରମ୍ଭ କରି ପକେଟ୍‌ରେ ରଖିଥିବା ଫୋନ୍ ପର୍ଯ୍ୟନ୍ତ ସବୁଥିରେ ରିଚାର୍ଜେବଲ ବ୍ୟାଟେରୀ ଲାଗିଛି ।

ଗ୍ରୀଷ୍ମ ଋତୁରେ ବହୁ ସମୟରେ ଫୋନ୍ ଓ ଲାପଟପ୍ ବ୍ୟାଟେରୀ ବ୍ଲାଷ୍ଟ ହେବାର ଦେଖାଯାଇଥାଏ । ଯଦି ଆପଣ କିଛି କଥା ଉପରେ ଧ୍ୟାନ ରଖିବେ ତେବେ ଫୋନ୍ ବ୍ୟାଟେରୀ ବ୍ଲାଷ୍ଟ ହେବାର ସଂକେତ ଆପଣଙ୍କୁ କିଛି ସମୟ ପୂର୍ବରୁ ମିଳିଯିବ । ଯଦି ଆପଣଙ୍କ ଫୋନ୍ ବହୁତ ଅଧିକ ଗରମ ହେଉଛି ତେବେ ଏହା ଏକ ୱାର୍ଣ୍ଣିଂ ସାଇନ୍ । ଏହି କାରଣରୁ ବ୍ୟାଟେରୀ ଫାଟିପାରେ ।

ବହୁ ସମୟରେ ଆପଣ ଦେଖିଥିବେ କି ଫୋନ୍ ବ୍ୟାଟେରୀ ଫୁଲି ଯାଇଥାଏ । ଏହି କାରଣରୁ ଡିସ୍‌ପ୍ଲେ ବି ବାହାରକୁ ଆସିଯାଏ । ଏପରି ସ୍ଥିତିରେ ଆପଣ ତୁରନ୍ତ ଫୋନ୍‌କୁ ରିପେୟାର ସପ୍‌କୁ ନେଇ ଯାଆନ୍ତୁ ।
ଯଦି ଆପଣଙ୍କ ଫୋନ୍‌ରୁ କେମିକାଲ ବା ପୋଡା ବାସ୍ନା ଆସୁଛି ତେବେ ଏହା ବ୍ୟାଟେରୀ ଖରାପ ହେବାର ସଂକେତ । ତୁରନ୍ତ ଆପଣ ଏହାର ବ୍ୟାଟେରୀ ବଦଳାନ୍ତୁ ।

ଯଦି ଆପଣଙ୍କ ଫୋନ୍ ଠିକ୍ ଭାବରେ ଚାର୍ଜ ହେଉନାହିଁ ତେବେ ଏହା ମଧ୍ୟ ଏକ ବିପଦର ସଂକେତ । ତେବେ ଏହା ବ୍ୟାଟେରୀ ଫାଟିବାର ତ ସଂକେତ ଦେଇ ନ ଥାଏ କିନ୍ତୁ ଆପଣ ଏହାକୁ ଗମ୍ଭୀରତାର ସହ ନେବା ଉଚିତ ।

Get real time updates directly on you device, subscribe now.