fbpx

ଏହି ଲକ୍ଷଣ ଦେଖାଯାଉଛି କି? ଜାଣନ୍ତୁ ଆପଣଙ୍କ ଫୋନ ହ୍ୟାକ୍ ହୋଇଛି

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଟେକ୍ନୋଲୋଜି ଏତେ ବାଟ ଆଗେଇ ସାରିଲାଣି ଯେ, ଲୋକେ ଘରେ ବସି ଦୁନିଆର କୋଣ ଅନୁକୋଣ କଥା ଦେଖିପାରୁଛନ୍ତି ଏବଂ ଏହା ଲୋକଙ୍କ ଦୈନିକ କାମକୁ ସୁବିଧା କରୁଛି । ବର୍ତ୍ତମାନ ଦେଶର କିଛି ରାଜ୍ୟରେ ୫ଜି ସେବା ଆରମ୍ଭ ହୋଇସାରିଛି । ଏହା ଜୀବନ ପ୍ରଣାଳୀକୁ ଆହୁରୀ ସୁବିଧା କରିସାରିଛି । ତେବେ ଟେକ୍ନଲୋଜି କ୍ଷେତ୍ରରେ ମୋବାଇଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହେଲେ ଭାବିଲେ ଯଦି ଆପଣଙ୍କ ମୋବାଇଲ ଅନ୍ୟ କାହା ମାଲିକାନାରେ ଚାଲୁଛି କିମ୍ବା ଆପଣ ମୋବାଇଲରେ ଯାହା ବ୍ୟବହାର କରୁଛନ୍ତି ତାହା ଅନ୍ୟ ଏକ ବ୍ୟକ୍ତି ମଧ୍ୟ ଜାଣିପାରୁଛି । ନିଶ୍ଚିତ ଆପଣ ଏହାର କିଛି ଉପାୟ ବାହାର କରିବେ । ଏଥିପାଇଁ ମୋବାଇଲ ହ୍ୟାକର କିଛି ଲକ୍ଷଣ ଜାଣିବା ଦରକାର ।

ଏହାକୁ ଜାଣିବା ପାଇଁ ଆପଣ ଅତ୍ୟନ୍ତ ସହଜ ଉପାୟ ଅବଲମ୍ବନ କରିପାରିବେ । ସାଧାରଣତଃ ଏହାକୁ ଆମେ ଟେଷ୍ଟ କହିପାରିବା ନାହିଁ, କିନ୍ତୁ ଏହାକୁ ଆମେ ଲକ୍ଷଣ କହିପାରିବା । ମାଲୱେବର ବା ପ୍ରଡ୍ ଆପ ଥିବା ଯୋଗୁଁ ମୋବାଇଲର ବ୍ୟାଟେରୀ ସାମାନ୍ୟ ସ୍ଥିତି ଠାରୁ ଅଧିକ ସରିବ । କାରଣ ଏହି ଆପ ସ୍କ୍ରିନରେ ଲୁଚି ରହି କାମ କରୁଛି ଏବଂ ଆପଣଙ୍କ ଡ଼ାଟା ଚୋରି କରୁଛି । ଏଥିପାଇଁ ଫୋନର ବ୍ୟାଟେରୀ ଅଧିକ ସରୁଛି ।

ଆପଣଙ୍କ ଫୋନରେ ଆସୁଥିବା କଲ୍ ଠିକ ଚାଲୁଥିବା ସମୟରେ ଅଚାନକ ସେହି କଲ୍ ସ୍ଲୋ ହେଇଯାଉଛି ତେବେ ଆପଣ ଜାଣନ୍ତୁ ଯେ, ଫୋନ ହ୍ୟାକ ହୋଇଛି । ଏଭଳି ସ୍ଥିତି ଦେଖାଦେଲେ ୟୁଜର୍ସମାନେ ଭାବନ୍ତି ଯେ, ଆମ ସ୍ମାର୍ଟ ଫୋନ ହ୍ୟାଙ୍ଗ ହେଉଛି । ହେଲେ ଏହା କେବଳ ହ୍ୟାଙ୍ଗ ହୁଏନି, ଏହା ହ୍ୟାକ୍ ହେଇ ଏପରି ହେଉଛି ।

ହଠାତ ଆପଣଙ୍କୁ ଫୋନରେ ବହୁଥର ଆକାଉଣ୍ଟକୁ ଲଗଇନ କରିବାକୁ ଅନେକ ମ୍ୟାସେଜ ଆସୁଛି ତେବେ ଆପଣଙ୍କ ଫୋନ ହ୍ୟାକର ଶିକାର ହୋଇଛି । ଏହାବ୍ୟତିତ ଆପଣ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ କରନ୍ତୁ । ଯଦି ଆପଣଙ୍କୁ ଏହାର ଲଗଇନ ସୂଚନା ମିଳୁଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଫୋନ କେହି ଜଣେ ହ୍ୟାକ୍ କରି ନେଇଛି ।

Get real time updates directly on you device, subscribe now.