ଆପଣ Monsoon Depressionର ଶିକାର ହୋଇ ନାହାଁନ୍ତି ତ ? ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ଓଡ଼ିଶା ଭାସ୍କର: ବର୍ଷା ଋତୁ ଆସିଲେ ଅଧିକାଂଶ ଲୋକ ଖୁସି ହୋଇଥାନ୍ତି । ଏହା ସେମାନଙ୍କୁ ଖରା ଏବଂ ଗୁଳୁଗୁଳିରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ବର୍ଷାକୁ ଉପଭୋଗ କରିବାର ମଜା ହିଁ କିଛି ଅଲଗା । ବିଶେଷ କରି ଛୋଟ ପିଲାମାନେ ବର୍ଷାରେ ମଜା ମସ୍ତି କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକଙ୍କ ପାଇଁ ବର୍ଷା ଋତୁ ନିରାଶା ଓ ଥକ୍ମାପଣର କାରଣ ପାଲଟିଥାଏ । ଏହାକୁ Monsoon Depression ବୋଲି କୁହାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା କୌଣସି କ୍ଳିନିକାଲ୍ ଡିସଅର୍ଡର ନୁହେଁ । ତେଣୁ ଏହି ସମସ୍ୟାର କାରଣ ସ୍ପଷ୍ଟ କରିବା କଷ୍ଟକର । କିଛି ଥିଓରୀ ଅନୁଯାୟୀ ବର୍ଷା ଋତୁରେ ସୂର୍ଯ୍ୟର ପ୍ରକାଶରେ ଅଭାବ ହେତୁ ବ୍ୟକ୍ତିର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା Monsoon Depressionର ଲକ୍ଷଣ ବିଷୟରେ ।

୧. ଥକ୍କାପଣ, ନିରାଶ, ଚିଡ଼ଚିଡ଼ାପଣ ଅନୁଭବ କରିବା । ଏଭଳି ବ୍ୟକ୍ତି ଏକାକୀ ରହିବାକୁ ପସନ୍ଦ କରିଥାନ୍ତି । ଫଳରେ ସମ୍ପର୍କର୍ରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

୨. ନିଦ୍ରାହୀନତା ଦ୍ୱାରା ବ୍ୟକ୍ତି ଅଳସୁଆ ଅନୁଭବ କରିଥାଏ ।

୩. ଏକାଗ୍ରତାରେ ଅଭାବରୁ କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନା କରିବାରେ ବାଧା ସୃଷ୍ଟି ହୋଇଥାଏ ।

୪. ଭୋକରେ ପରିବର୍ତ୍ତନ ହେବା ଦ୍ୱାରା ଶରୀରର ଓଜନ ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ ।

୫. ଷ୍ଟ୍ରେସ୍ ଓ ଏଙ୍ଗଜାଇଟି ଅନୁଭବ କରିବା

ଏଭଳି ସ୍ଥିତିରେ କ’ଣ କରିବା ଉଚିତ

– ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି କରନ୍ତୁ

– ସନ୍ତୁଳିତ ଓ ପୁଷ୍ଟିକର ଆହାର ସେବନ କରନ୍ତୁ

– ପରିବାର ଏବଂ ସାଙ୍ଗସାଥିଙ୍କ ସମୟ ଅତିବାହିତ କରନ୍ତୁ

– ନିୟମିତ ଯୋଗାଭ୍ୟାସ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ

 

Get real time updates directly on you device, subscribe now.