fbpx

ଗୁରୁବାର ଦିନ ଏହି ସବୁ କାମ କରୁଛନ୍ତି କି? ସାବଧାନ! ନଚେତ ହୋଇଯିବେ ଦାଣ୍ଡର ଭିକାରି

ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଥାଏ । କୁହାଯାଏ ଯେ ମା’ ଲକ୍ଷ୍ମୀଙ୍କର କୌଣସି ବ୍ୟକ୍ତିଙ୍କ ଉପରେ ଥିଲେ ସେହି ବ୍ୟକ୍ତିଙ୍କ ପାଖରେ ଧନ ଅଭାବ କେବେ ହୁଏ ନାହିଁ । ତେବେ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ସବୁ ପ୍ରକାର ଆରାମ ଏବଂ ସୁବିଧା ପାଇବାକୁ ଚାହିଁଥାନ୍ତି । ତେଣୁ ସେଥିପାଇଁ ସେମାନେ ଦିନରାତି କଠିନ ପରିଶ୍ରମ କରି ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ ମା’ ଲକ୍ଷ୍ମୀ, ଭଗବାନ ବିଷ୍ଣୁ , ମହାଗ୍ରହ ବୃହସ୍ପତିଙ୍କୁ ସମର୍ପି କରାଯାଇଥାଏ ।

ତେବେ ଏହି ଦିନରେ ଅନେକ କିଛି କରିବାକୁ ବାରଣ କରାଯାଇଥାଏ । ସେହି କାର୍ଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀ ଏବଂ ବୃହସ୍ପତିଙ୍କୁ କ୍ରୋଧିତ କରିଥାଏ । ଏହା ସହିତ କୁଣ୍ଡଳୀରେ ଗୁରୁ ଆପଣଙ୍କର ସ୍ଥିତି ଉପରେ ଖରାପ ପ୍ରଭାବ ମଧ୍ୟ ପକାଇପାରେ । ଶାସ୍ତ୍ରରେ ଏହି ଦିନ ଅନେକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ ।

ଗୁରୁବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଫଳ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ କଦଳୀ ଖାଇବାକୁ ବାରଣ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କର ଏହି ଫଳ ଅତ୍ୟନ୍ତ ପ୍ରିୟ ହୋଇଥିବା କାରଣରୁ କଦଳୀ ଗଛକୁ ପୂଜା କରିଥାନ୍ତି । ତେବେ ଏହିଦିନ ଭୁଲରେ ବି କଦଳୀ ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ଧନସମ୍ପତ୍ତି ହାନି ହେବାର ସମ୍ଭାବନା ରହିବା ସହିତ ଜୀବନରେ ଅଶାନ୍ତି ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ଗୁରୁବାର ସଫା କରିବା ମଧ୍ୟ ମନା- ତେବେ ଏହି ଦିନ ଘର ସଫା କରିବା ମଧ୍ୟ ଜ୍ୟୋତିଷଶାସ୍ତ୍ରରେ ବାରଣ କରାଯାଇଛି । ଲୁଗା ସଫା କରିବା କିମ୍ବା ଘର ସଫା କରିବା ଦ୍ୱାରା କୁଣ୍ଡଳୀରେ ଗରୁଙ୍କର ସ୍ଥିତି କାରଣରୁ ଖରାପ ପ୍ରଭାବ ପଡ଼ିପାରେ ଏବଂ ମା’ ଲକ୍ଷ୍ମୀଙ୍କର କୃପାରୁ ବଞ୍ଚିତ ରହିପାରନ୍ତି । ଏହି କାରଣରୁ ଶାରିରୀକ ଏବଂ ଆର୍ଥିକ ରୂପରେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ।
ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ- ତେବେ ଏହି ଦିନ ଲେକମାନଙ୍କୁ କେଶ ଏବଂ ଦାଢ଼ି କାଟିବାକୁ ମନା କରାଯାଇଥାଏ । ତେବେ ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କୁ ସନ୍ତାନ ସୁଖରେ ମଧ୍ୟ ସମସ୍ୟା ଉପୁଜି ପରେ । ଏହା ସହିତ ମହିଳାମାନଙ୍କୁ ଗୁରୁବାର ଦିନ କେଶ ସଫା କରିବାକୁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ବାରଣ କରାଯାଇଛି । ଏହା ସହିତ ଏହି ଦିନ ନଖ କାଟିବାକୁ ମଧ୍ୟ ବାରଣ କରାଯାଇଛି ।

Get real time updates directly on you device, subscribe now.