fbpx

ଶୀତଦିନେ ଏହିସବୁ ସମସ୍ୟାରେ ଘାଣ୍ଟି ହେଉଛନ୍ତି କି ? ଜାଣନ୍ତୁ ବର୍ତ୍ତିବାର ଉପାୟ

ସୋରିଷ ତେଲ ସାଧାରଣତଃ ସମସ୍ତ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ପୁରାତନ କାଳରେ ରୋଗ ସଂକ୍ରମଣରୁ ଦୂରେଇବା ପାଇଁ ପିଲାମାନଙ୍କ ଶରୀରରେ ଏହି ତେଲକୁ ସମସ୍ତେ ମାଲିସ କରୁଥିଲେ ।

– ଏଥିରେ ଥାୟାମିନ, ନିଆସିନ ପରି ଭିଟାମିନ ରହିଥାଏ, ଯାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ସୋରିଷ ତେଲକୁ ମାଲିସ କରିବା ଦ୍ୱାରା ଶରୀରରେ ଅତିରିକ୍ତ ଚର୍ବି ହ୍ରାସ ଘଟିଥାଏ ।

– ସୋରିଷ ତେଲ ଆପଣଙ୍କ ଭୋକ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ ଭୋକ ଠିକ ଭାବେ ହେଉନାହିଁ, ତେବେ ଆପଣ ଏହି ତେଲକୁ ଉପଯୋଗ କରିପାରିବେ । ଏଥିସହ ଏହାଦ୍ୱାରା ଆମର ପାଚନ ଶକ୍ତି ଠିକ୍ ଭାବେ କାର୍ଯ୍ୟ କରିଥାଏ ।

– ଶରୀରରେ ସୋରିଷ ତେଲର ମାଲିସ କରିବା ଫଳରେ ମାଂସପେଶୀ ମଜବୁତ ହେବା ସହ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ୧ ଚାମଚ ସୋରିଷ ତେଲ ଔଷଧ ରୂପେ ସେବନ କରିବା ଫଳରେ କାଶ, ଗଳାର ଯନ୍ତ୍ରଣା କମ୍ ହୋଇଥାଏ ।

– ଥଣ୍ଡାରେ ଆଜିକାଲି ସମସ୍ତଙ୍କ ଠାରେ ଓଠ ଫାଟିବା ସମସ୍ୟା ଦେଖାଦେଉଛି । ତେଣୁ ଆପଣ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ନରମ ଓ ମୁଲାୟମ ହୋଇଥାଏ ।

– ସୋରିଷ ତେଲ ସହ ହଳଦୀ ଓ ଲୁଣକୁ ମିଶାଇ ଦାନ୍ତ ମୂଳରେ ନିୟମିତ ମାଲିସ କରନ୍ତୁ । ଏହାଦ୍ୱାରା ଦାନ୍ତର ବିନ୍ଧା, ପାଇରିଆ ଆଦି ରୋଗରୁ ରକ୍ଷା ମିଳିଥାଏ ।

-ଶରୀରରେ କୋଲେଷ୍ଟରଲର ପରିମାଣକୁ ନିୟନ୍ତ୍ରଣ କରିବାରେ ସୋରିଷ ତେଲ ସହାୟକ ହୋଇଥାଏ । ରିଫାଇନଡ୍ ତେଲ ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

– ଶ୍ୱାସ କ୍ରିୟାରେ ଅସୁବିଧା ହେଲେ ତେଲକୁ ନାକରେ ଲଗାଇବା ଫଳରେ ତତକ୍ଷଣାତ ଉପଶମ ମିଳିଥାଏ । ଏଥିସହ ନାକ କୁଣ୍ଡାଇ ହେବା, ନାକ ଶୁଷ୍କ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.