ଆଜିକାଲି ସମସ୍ତଙ୍କ ଜୀବନ ବ୍ୟସ୍ତବହୁଳ ହୋଇଯାଇଛି । ଯାହା ଫଳରେ ନିଜ ଦାୟିତ୍ୱ କିମ୍ବା ନିଜ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଯତ୍ନ ହୋଇ ପାରୁନାହାନ୍ତି । ତେଣୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଆଜିର ଯୁବପିଢୀଙ୍କୁ । ଦିମ ତମାମ ବିଭିନ୍ନ କାର୍ଯ୍ୟ ସହିତ ମାନସିକ ଚାପ ସମସ୍ତଙ୍କୁ ବ୍ୟଥିତ କରୁଛି ଯାହାଦ୍ୱାରା ଶାରୀରିକ କିମ୍ବା ମାନସିକ ଶାନ୍ତି ମିଳିବା କଷ୍ଟକର ହୋଇ ପଡିଛି । ତେଣୁ କାମ ସାରି ଘରକୁ ଫେରିବା ବେଳେ ଅନେକ ଲୋକ ନିଜକୁ ଦୁର୍ବଳ ଏବଂ କମଜୋର ଅନୁଭବ କରନ୍ତି । ତେଣୁ ଚିଡଚିଡାପଣ ସହିତ ଅନ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ । କିନ୍ତୁ ଆପଣ ନିଜେ ଚାହିଁଲେ ହିଁ ଏହି ସମସ୍ୟାର ସମାଧାନ କରିପାରିବେ । କିଛି ଛୋଟ ଛୋଟ କତାର ଧ୍ୟାନ ରଖିଲେ ଏଭଳି ପରିସ୍ଥିତିରୁ ଆପଣ ନିଜକୁ ବାହାର କରିପାରିବେ । ତେବେ ଆସନ୍ତୁ ଜାଣିବା କଣ ଏହି ଉପାୟ ।
୧- ଅଧିକ ପାଣି ପିଅନ୍ତୁ:
ଅଧିକାଂଶ ସମୟରେ କାମର ଚାପ ହେଉ କିମ୍ବା ସମୟର ଅଭାବ, ପାଣି ପିଇବାକୁ ଭୁଲିଯାଇଥାନ୍ତି । ତେଣୁ ଶରୀରରେ ଜଳୀୟଅଂଶ କମ କରିବା ପାଇଁ ଯଥେଷ୍ଟ ପାଣି ପିଇବା ଆବଶ୍ୟକ । ଏହାବ୍ୟତୀତ ପାଣି ପିଇବା ଦ୍ୱାରା ଅଧିକ ୱାଶରୁମ ଯିବାକୁ ପଡିଥାଏ । କିନ୍ତୁ ଏହା ଫଳରେ ଆପଣଙ୍କ ଶରୀରୁ ଟକ୍ସିନ ମଧ୍ୟ ବାହାରି ଆସିଥାଏ । କିନ୍ତୁ ଯଦି ଏଥିରୁ ବଞ୍ଚିବା ପାଇଁ ଆପଣ ପାଣି ପିଇବା କମ କରୁଛନ୍ତି, ତେବେ ଆପଣଙ୍କୁ କମଜୋରି କରିବାର ଏହା ଏକ ମୁଖ୍ୟ କାରଣ ହୋଇପାରେ । ତେଣୁ ପର୍ଯ୍ୟାପ୍ତ ପାଣି ପିଇବା ନିହାତି ଆବଶ୍ୟକ ।
୨- ସୁଷମ ଖାଦ୍ୟ ଖାଆନ୍ତୁ:
ଶରୀରକୁ ସୁସ୍ଥ ରଖିବା ପାଇଁ ସୁଷମ ଖାଦ୍ୟ ନିହାତି ଜରୁରୀ । କିନ୍ତୁ ପୁଷ୍ଟିକର ଖାଦ୍ୟ ଖାଇବା ପରିବର୍ତ୍ତେ ଆମେ ବଜାରରୁ ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ୱାରା ଆମ ଶରୀରକୁ ଯଥେଷ୍ଟ ପ୍ରୋଟିନ ନ ମିଳିବାରୁ ଅଧିକାଂଶ ସମୟରେ ଦୁର୍ବଳତା ଅନୁଭୂତ ହୋଇଥାଏ । କିନ୍ତୁ ଯଦି ଆପଣ ସୁସ୍ଥ ଏବଂ ସୁଷମ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କ ଶରୀରରେ ସତେଜତା ଭରି ରହିବ ।
୩- ଲଗାତାର କାମ କରନ୍ତୁ ନାହିଁ
ଏକ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିବା ଦ୍ୱାରା ଆପଣଙ୍କ ଶରୀରକୁ ଯଥେଷ୍ଟ ଆରାମ ମିଳି ପାରି ନଥାଏ । ଏହାଦ୍ୱାରା ଶରୀରରେ ସଠିକ ଭାବରେ ରକ୍ତ ସଞ୍ଚାଳନ ହୋଇପାରେନାହିଁ । ସେଥିପାଇଁ କାମ କରିବା ସମୟରେ କିଛି ସମୟର ବିରତୀ କିମ୍ବା ବିଶ୍ରାମ ନେବା ନିହାତି ଆବଶ୍ୟକ ।
୪- ନିୟମିତ ବ୍ୟାୟାମ କରନ୍ତୁ
ଦିନତମାମ ଆକ୍ଟିଭ ଏବଂ ସତେଜ ରହିବା ପାଇଁ ବ୍ୟାୟାମ ଏକ ସର୍ବଶ୍ରେଷ୍ଠ ବିକଳ୍ପ ଅଟେ । ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା ସୁସ୍ଥ ରହିବା ସହିତ ଶରୀରରେ ସମସ୍ତ ମାଂସପେଶୀ ସଠିକ ଭାବରେ କାମ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏଥି ସହିତ ନିୟମିତ ବ୍ୟାୟାମ ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ସୁସ୍ଥତା ଦେଇଥାଏ ।
୫- ମୋବାଇଲ ଛାଡି ଶୋଇବା ଆରମ୍ଭ କରନ୍ତୁ
ଦିନ ତମାମର କାର୍ଯ୍ୟଚାପରେ ମଣିଷ ରାତିରେ ମଧ୍ୟ ଶାନ୍ତିରେ ଶୋଇ ପାରନଥାଏ । ଏହା ବ୍ୟତୀତ ଅନେକ ଲୋକ ବିଛଣାରେ ମୋବାଇଲରେ ସମୟ ବିତାଇ ଦେଇଥାନ୍ତି । ତେବେ ଯଦି ଆପଣ ଏହି ଅଭ୍ୟାସରେ ରହିଛନ୍ତି. ତେବେ ଯଥାଶୀଘ୍ର ଏହାକୁ ସୁଧାରନ୍ତୁ । ନଚେତ, କମଜୋରି କେବେ ବି ଆପଣଙ୍କ ପିଛା ଛାଡିବ ନାହିଁ । ରାତିରେ କାଇସାରି ବିଛଣାକୁ ଯିବା ପରେ ମୋବାଇଲଠୁ ଦୂରେଇ ରହି ଶାନ୍ତି ନିଦରେ ଶୁଅନ୍ତୁ । ରାତିରେ ଅନ୍ତତଃ ୭-୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ । ଯାହାଦ୍ୱାରା ବିଭିନ୍ନ ପ୍ରକାରର ରୋଗ ବେମାରୀରୁ ଆପଣ ନିଜକୁ ଦୂରେଇ ରଖିପାରିବେ ।