ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

ଓଡ଼ିଶାଭାସ୍କର: ଆଜିକାଲି ପ୍ରାୟ ହାର୍ଟଆଟାକ୍ ଓ ବ୍ରେନ୍‌ଷ୍ଟ୍ରୋକ୍ ବାର୍ଥରୁମରେ ହେବା ଦେଖାଯାଉଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ ଠିକ୍ ଉପାୟରେ ସ୍ନାନ କରିବା ଦରକାର। ଆଜିକାଲି ଭୁଲ୍ ସ୍ନାନ ପ୍ରଣାଳି ହିଁ ହାର୍ଟଆଟାକ୍ ଓ ବ୍ରେନ୍‌ଷ୍ଟ୍ରୋକର କାରଣ ସାଜିଛି।

ଆପଣ କେବେ ନଦୀ କିମ୍ବା ହ୍ରଦରେ ଗାଧୋଇଛନ୍ତି କି? ଆପଣ କେବେ ଧ୍ୟାନ ଦେଇଛନ୍ତି କି ପାଣି ଭିତରକୁ ଯିବା ପୂର୍ବରୁ ଆମେ ଆଗ ପାଦ ରଖିଥାଉ?

ଅନୁଭବ କରିଥାଉ ଯେ ପାଣି କେତେ ଥଣ୍ଡା। ଏହା ହେଉଛି ଆମେ ପାଣିର ତାପମାତ୍ରା ଯାଞ୍ଚ କରୁ, ଆଉ ତା’ପରେ ଧୀରେ ଧୀରେ ପାଣି ଭିତରକୁ ଯିବା ସହଜ ହୋଇଯାଏ।

ଯେତେବେଳେ ପାଣି ବେକ ପର୍ଯ୍ୟନ୍ତ ଆସେ ଶରୀରର ତାପମାତ୍ରା ପାଣି ସହିତ ଆଡଜଷ୍ଟ ହୋଇଯାଏ। ତା’ପରେ ଆମେ ପାଣିରେ ବୁଡ଼ିବା ଆରମ୍ଭ କରୁ। ଏହିପରି ଗାଧୋଇବା ପ୍ରକ୍ରିୟା ପ୍ରଥମେ ପାଦରୁ ଆରମ୍ଭ ହୋଇ ମୁଣ୍ଡ ପର୍ଯ୍ୟନ୍ତ ଯାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଭାରତରେ ଶହ ଶହ ବର୍ଷ ଧରି ପରମ୍ପରା ରହିଛି ଯେ ପ୍ରଥମେ ପାଦ, ପରେ ଅଣ୍ଟା, ବେକରେ ଏବଂ ଶେଷରେ ମୁଣ୍ଡରେ ପାଣି ଢାଳିବା।

ସମସ୍ତେ ଏହାକୁ ପାଳନ କରିପାରିବେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝିବାକୁ ଗଲେ ଥଣ୍ଡା ପାଣି ସିଧାସଳଖ ମୁଣ୍ଡରେ ଢାଳିବା ଦ୍ୱାରା ରକ୍ତ ସଂଚାଳନ ହଠାତ୍ ଡିଷ୍ଟର୍ବ ହୋଇଯାଏ। ଏହା ଦ୍ୱାରା ପ୍ରଥମେ କ୍ୟାପିଲାରୀ ଭେନ୍ସ ସଂକୁଚିତ ହୋଇଯାଏ। ତା’ପରେ ହଠାତ୍ ରକ୍ତଚାପ ବଢିଯାଏ।

ଏପରି ଅବସ୍ଥାରେ ସମଗ୍ର ଶରୀରରୁ ରକ୍ତ ଗୋଡ ଦେଇ ମୁଣ୍ଡ ଆଡକୁ ଯାଏ। ତେଣୁ ରକ୍ତ ଯୋଗାଣ ହ୍ରାସ ହେତୁ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢିଯାଏ। ଆପଣମାନେ ଜାଣିଥିବେ ଆଜିକାଲି ଅଧିକାଂଶ ବ୍ରେନ୍‌ଷ୍ଟ୍ରୋକ୍ କିମ୍ବା ହାର୍ଟଷ୍ଟ୍ରୋକ୍ ବାର୍ଥରୁମରେ ହିଁ ହେଉଛି।

ଗାଧୋଇବାର ଭଲ ଉପାୟ:
ଉଷୁମ ପାଣି: ଗାଧୋଇବା ପାଇଁ ଉଷୁମ ପାଣି ବ୍ୟବହାର କରିବା ଭଲ, କାରଣ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ଥକ୍କାପଣ ଦୂର ହୁଏ।

ପ୍ରାକୃତିକ ପଦାର୍ଥର ବ୍ୟବହାର: ଗାଧୋଇବା ପୂର୍ବରୁ ହଳଦୀ ଏବଂ ବେସନ ଲଗାଇବା ଭଲ। ଏହା ବ୍ୟତୀତ ଶରୀରକୁ ପରିଷ୍କାର ପାଇଁ ମୁଲତାନୀ ମାଟିର ବ୍ୟବହାର ମଧ୍ୟ ଭଲ ହୋଇଥାଏ।

ଗାଧୋଇବା ପଦ୍ଧତି: ଗାଧୋଇବାର ସର୍ବୋତ୍ତମ ଉପାୟ ହେଉଛି ପ୍ରଥମେ ପାଦର ଆଙ୍ଗୁଠି, ତା’ପରେ ଆଣ୍ଠୁ ଏବଂ ଜଙ୍ଘରେ ପାଣି ଢାଳିବା ଏବଂ ପରେ ଧୀରେ ଧୀରେ ପେଟ ଏବଂ କାନ୍ଧରେ ପାଣି ଢାଳିବା।

ଏହା ପରେ ପାପୁଲିରେ ପାଣି ନେଇ ପାଟିରେ ପୂରେଇବା ଏବଂ ପରେ ମୁହଁରେ ମାରିବା। ଶେଷରେ ମୁଣ୍ଡରେ ପାଣି ଢାଳି ଗାଧୋଇ ପାରିବେ।

ଥଣ୍ଡା ପାଣିରେ ଗାଧୋଇବାର ଲାଭ: ସକାଳେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଅଳସୁଆମିରୁ ମୁକ୍ତି ମିଳିଥାଏ। ଏହା ଦ୍ୱାରା ବିଟା ଏଣ୍ଡୋର୍‌ଫିନ୍ ନାମକ ଏକ ରାସାୟନିକ ପଦାର୍ଥ ଶରୀରରେ ରିଲିଜ୍ ହୁଏ, ଯାହା ଡିପ୍ରେସନରୁ ମୁକ୍ତି ଦେଇଥାଏ।

ଅଧ୍ୟୟନ ଅନୁଯାୟୀ, ଥଣ୍ଡା ପାଣିରେ ଗାଧୋଇବା ଟେଷ୍ଟୋଷ୍ଟେରନ୍ ରିଲିଜ୍ କରିବାରେ ସାହାଯ୍ୟ କରିଥାଏ। ଯାହା ପୁରୁଷମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।

ଏହା ଫୁସ୍‌ଫୁସ୍‌ କାର୍ଯ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ। ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏବଂ ଲସିକାକୁ ଉତ୍ସାହିତ କରିଥାଏ। ସଂକ୍ରମଣ ବିରୁଦ୍ଧରେ ଲଢିବା ପାଇଁ କୋଷର ଉତ୍ପାଦନକୁ ବଢାଇଥାଏ।

ଗରମ ପାଣିରେ ଗାଧୋଇବାର ଲାଭ: ଆମେ ସମସ୍ତେ ଜାଣୁ ଯେ ଗରମ ତାପମାତ୍ରା ଜୀବାଣୁକୁ ଶୀଘ୍ର ମାରିଦିଏ। ସେହିପରି ଗରମ ପାଣି ଶରୀରକୁ ‍ଭଲ ଭାବେ ସଫା କରିଥାଏ।

ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଗରମ ପାଣି ମାଂସପେଶୀର ନମନୀୟତାକୁ ଉନ୍ନତ କରିବାରେ ଏବଂ ଯନ୍ତ୍ରଣାଦାୟକ ମାଂସପେଶୀକୁ ଆରାମ କରିବାରେ ସାହାଯ୍ୟ କରିଥାଏ।

ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ସୁଗାର ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ମଧୁମେହ ହେବାର ଆଶଙ୍କା କମିଯାଏ।

ବାରମ୍ବାର ଗାଧୋଇବା ଠିକ୍ କି: ଖରା ଦିନେ ଝାଳ ବାହାରିବା ସ୍ୱାଭାବିକ। ଏଭଳି ପରିସ୍ଥିତିରେ ବାହାରୁ ଆସିବା ପରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦିନକୁ ଅନେକ ଥର ଗାଧୋଇବା ଦ୍ୱାରା ଚର୍ମର ତୈଳ ଅଂଶ କମିଯାଏ। ଏହା ବ୍ୟତୀତ ସୁସ୍ଥ ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଆନ୍ତି ଯାହା ସଂକ୍ରମଣକୁ ରୋକିଥାଆନ୍ତି। ଏହି କାରଣରୁ ଚର୍ମ ଶୁଷ୍କ ହୋଇଯାଏ ଏବଂ ବାହ୍ୟ ଜୀବାଣୁ ଏହାର ଫାଙ୍କରେ ପ୍ରବେଶ କରନ୍ତି।