fbpx

Credit Cardରୁ ବିଲ୍ ପୈଠ କରୁଥିଲେ ହୋଇଯାନ୍ତୁ ଆଲର୍ଟ, ଜୁଲାଇ ୧ରୁ ଲାଗୁ ହେବ ଏହି ନୂଆ ନିୟମ

Advertisement

ନୂଆଦିଲ୍ଲୀ: ଆପଣ ଯଦି କ୍ରେଡିଟ୍ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଚଳିତ ବର୍ଷ ଜୁଲାଇ ୧ରୁ କ୍ରେଡିଟ୍ କାର୍ଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହା ପରେ ପେମେଣ୍ଟ ପ୍ଲାଟଫର୍ମ ମାଧ୍ୟମରେ ବିଲ୍ ପେମେଣ୍ଟରେ ସମସ୍ୟା ଦେଖାଦେଇପାରେ । ଏହି ପ୍ଲାଟର୍ଫମରେ CRED, ଫୋନ୍ ପେ, ବିଲଡେସ୍କ ଭଳି କିଛି ଫିନ୍ଟେକ୍ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଆରବିଆଇ ପକ୍ଷରୁ କ’ଣ ସବୁ ପରିବର୍ତ୍ତନ କରାଯାଇଛି ଏବଂ ଏହା ୟୁଜର୍ସଙ୍କ ଉପରେ କ’ଣ ପ୍ରଭାବ ପକାଇପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ନିୟମ ଅନୁଯାୟୀ ଜୁଲାଇ ୧ରୁ ସମସ୍ତ କ୍ରେଡିଟ୍ କାର୍ଡ଼ ବିଲ୍ ପେମେଣ୍ଟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ(BBPS) ମାଧ୍ୟମରେ ହେବ । SBI କାର୍ଡ଼, ବ୍ୟାଙ୍କ୍ ଅଫ୍ ବରୋଦା କାର୍ଡ଼, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ ଏବଂ IndusInd ବ୍ୟାଙ୍କ ଆରବିଆଇର ଏହି ନୂତନ ନିୟମ ଅନୁପାଳନ କରିଥିବା ବେଳେ HDFC ବ୍ୟାଙ୍କ୍, ICICI ବ୍ୟାଙ୍କ୍ ଏବଂ Axis ବ୍ୟାଙ୍କ୍ ଏହି ନିୟମ ପାଳନ କରିନାହାଁନ୍ତି । ବାସ୍ତବରେ ପେମେଣ୍ଟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଏବଂ ଭାରତର ପେମେଣ୍ଟ ସିଷ୍ଟମକୁ ଅଧିକ ସୁରକ୍ଷିତ କରିବା ଉଦେ୍ଦଶ୍ୟରେ ଆରବିଆଇ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI)ର ସହଯୋଗରେ BBPS ବିଭିନ୍ନ ପ୍ରକାର ପେମେଣ୍ଟ ସର୍ଭିସ ପାଇଁ ଏକକ ପ୍ଲାଟଫର୍ମ ସୃଷ୍ଟି କରିବାର ଲକ୍ଷ ସ୍ଥିର କରିଛି । ଏହାକୁ ଲାଗୁ କରିବା ପାଇଁ ଧାର୍ଯ୍ୟ ସମୟସୀମା ପାଖେଇ ଆସୁଛି ଏବଂ ବ୍ୟାଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ଅନୁସରଣ ନ କରନ୍ତି ତେବେ ସେମାନଙ୍କ ପାଇଁ ତଥା କ୍ରେଡିଟ୍ କାର୍ଡ଼ ପେମେଣ୍ଟ ଉପରେ ନିର୍ଭର କରୁଥିବା ଫିନଟେକ୍ ପ୍ଲାଟଫର୍ମ ପାଇଁ ଅସୁବିଧାର କାରଣ ହୋଇପାରେ ।

BBPS କ’ଣ ?

ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ହେଉଛି ବିଲ ପେମେଣ୍ଟର ଏକ ଇଣ୍ଟେଗ୍ରେଟେଡ୍ ସିଷ୍ଟମ ଯାହା ଗ୍ରାହକଙ୍କୁ ଅନଲାଇନ୍ ବିଲ ପେମେଣ୍ଟ ସେବା ପ୍ରଦାନ କରିଥାଏ । ଏହି ଗେଟିଏ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ପ୍ରକାର କ୍ରେଡିଟ୍ କାର୍ଡ଼ ପେମେଣ୍ଟ କରାଯାଇପାରିବ ।

Get real time updates directly on you device, subscribe now.