fbpx

ମଶାଙ୍କୁ ଘଉଡ଼ାଇବା ପାଇଁ ଲିକ୍ୱିଡ୍ ମେଶିନ୍ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

ଓଡ଼ିଶା ଭାସ୍କର: ସାଧାରଣତଃ ବର୍ଷା ଦିନେ ମଶା ମାଛିଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ । ଏହି ସମୟରେ ମଶାଙ୍କ ବ୍ରିଡିଂ ବୃଦ୍ଧି ପାଇଥାଏ । ଅଧିକାଂଶ ବ୍ୟକ୍ତି ମଶାଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଘରେ ବିଭିନ୍ନ ପ୍ରକାର ଲିକ୍ୱିଡ୍ ମସ୍କ୍ୟୁଟୋ କିଲର, କଏଲ, ଅଏଣ୍ଟମେଣ୍ଟ ଇତ୍ୟାଦି ବ୍ୟବହାର କରିଥାନ୍ତି । କିନ୍ତୁ ଅଧିକାଂଶ ମସ୍କ୍ୟୁଟୋ କିଲରରେ କେମିକାଲ ମିଶିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଏହାର ଧୂଆଁ ଧିରେ ଧିରେ ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାର ବ୍ୟବହାରକୁ ହ୍ରାସ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

୧. ଫୁସଫୁସକୁ ପ୍ରଭାବିତ: କେମିକାଲ ଯୁକ୍ତ ଲିକ୍ୱିଡ୍ କିମ୍ବା କଏଲ ଧୂଆଁ ଶ୍ୱାସକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଫୁସଫସର କାର୍ଯ୍ୟକ୍ଷମତା ହ୍ରାସ ହୋଇଥାଏ । ବିଶେଷକରି ଶ୍ୱାସ ରୋଗୀଙ୍କ ପାଇଁ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।

୨. ତ୍ୱଚା ଏବଂ ଆଖି: ଲିକ୍ୱିଡରେ ଥିବା ରାସାୟନିକ ପଦାର୍ଥ ତ୍ୱଚା ଏବଂ ଆଖିରେ କୁଣ୍ଡିଆ ଓ ଜ୍ୱଳନ କିମ୍ବା ରାସେସ୍ ସମସ୍ୟା ଦେଖାଯାଇଥାଏ ।

୩. ମୁଣ୍ଡ ବିନ୍ଧା: ଅଧିକାଂଶ ବ୍ୟକ୍ତିଙ୍କୁ ଲିକ୍ୱିଡରୁ ଆଲର୍ଜୀ ହୋଇଥାଏ । ମୁଣ୍ଡ ବିନ୍ଧିବା ସହ ମୁଣ୍ଡ ବୁଲାଇଥାଏ । ବିଶେଷ କରି କକ୍ଷରେ ଉତ୍ତମ ଭେଣ୍ଟିଲେସନ୍ ନଥିଲେ ସମସ୍ୟା ବୃଦ୍ଧି ପାଇଥାଏ ।

୪. ନର୍ଭସ ସିଷ୍ଟମ ଉପରେ କୁପ୍ରଭାବ: ଦୀର୍ଘ ସମୟ ପର୍ଯ୍ୟନ୍ତ କେମିକାଲ ଯୁକ୍ତ ଲିକ୍ୱିଡରେ ସଂସ୍ପର୍ଶରେ ଆସିଲେ ଚିଡ଼ଚିଡ଼ାପଣ, ଥକ୍କାପଣ, ମାନସିକ ଚାପର କାରଣ ପାଲଟିଥାଏ । ସମୟକ୍ରମେ ଏହା ନର୍ଭସ ସିଷ୍ଟମ ଉପରେ କୁପ୍ରଭାବ ପକାଇଥାଏ ।

୫. ପିଲା ଏବଂ ବୟସ୍କ: ବିଶେଷ କରି ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥାଏ । ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଲିକ୍ୱିଡର ସଂସ୍ପର୍ଶରେ ରହିଲେ ଆଲର୍ଜୀ, ଶ୍ୱାସ ସମସ୍ୟ ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.