fbpx

ସେନା ହେଲିକପ୍ଟର କ୍ରାସ୍; ସେଥିରେ CDS ବିପିନ୍ ରାୱତ ଓ ତାଙ୍କ ପରିବାର ଥିବା ସୂଚନା

ତାମିଲନାଡୁ: ତାମିଲନାଡୁ କୁନ୍ନୁରରେ ସେନା ହେଲିପକ୍ଟର କ୍ରାସ ହୋଇଛି । କୁହାଯାଉଛି ଯେ, ସେଥିରେ ସିଡିଏସ୍ ବିପିନ୍ ରାୱତ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଥିବା ସୂଚନା ମିଳିଛି । ହେଲିକାପ୍ଟରରେ ସିଡିଏସ ଓ ବରିଷ୍ଠ ଅଧିକାରୀଙ୍କ ସହ ୧୪ ଜଣ ଥିବା ଜଣାପଡିଛି । ଅନ୍ୟପଟେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।

କୁହାଯାଉଛି ଯେ, ଖରାପ ପାଣିପାଗ ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ଥିବା ସୂଚନା ମିଳିଛି । ଉଦ୍ଧାର ହୋଇଥିବା ୩ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟପଟେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାୟୁସେନା ପକ୍ଷରୁ ଦୁର୍ଘଟଣାର ଯାଞ୍ଚ ପାଇଁ ଅନୁମତି ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସିଡିଏସ୍ ବିପିନ ନିଜ ପତ୍ନୀଙ୍କ ସହିତ ୱେଲିଙ୍ଗଟନରେ କାର୍ଯ୍ୟକୟମରେ ସାମିଲ ହେବାକୁ ଯାଇଥିଲେ । ୱେଲିଙ୍ଗଟନରେ ସଶସ୍ତ୍ର ବାହିନୀର ଏକ କଲେଜ ଅଛି । ସେମାନେ ସେଠାରୁ କୁନ୍ନୁର ଫେରୁଥିଲେ । ସେଠାରୁ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଥିଲା । କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ସେମାନଙ୍କ ହେଲିକପ୍ଟର କ୍ରାସ୍ ହୋଇଗଲା । ବର୍ତ୍ତମାନ ସୁଦ୍ଧା ସେନା ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ ।

Get real time updates directly on you device, subscribe now.