ମିଆଁମାର: ମିଆଁମାରର ଏକ ସ୍କୁଲ ଏବଂ ଗାଁ ଉପରେ ସେନାର ହେଲିକପ୍ଟର ଆକ୍ରମଣ କରିଛି । ଏହି ଆକ୍ରମଣରେ ୭ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ପ୍ରଶାସକ ଏବଂ ଜଣେ ସହାୟକ କର୍ମୀ ସୋମବାର ଦିନ ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ୧୫ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଦେଶର ଦ୍ୱିତୀୟ ବୃହତ୍ତମ ସହର ମଣ୍ଡେଲାଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ଥିବା ତାବାଇନ୍ର ଲେଟ୍ ୟାଟ୍ କୋନ୍ ଗ୍ରାମରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ଜଣେ ସ୍କୁଲ ପ୍ରଶାସକ କହିଛନ୍ତି ଯେ, ଗାଁର ଉତ୍ତରରେ ବୁଲୁଥିବା ଚାରିରୁ ୨ଟି ମି -୩୫ ହେଲିକପ୍ଟର ମଧ୍ୟରୁ ମେସିନ ଗନ୍ ଏବଂ ଭାରୀ ଅସ୍ତ୍ରରେ ସ୍କୁଲ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ଫଳରେ ଛାତ୍ରମାନଙ୍କୁ ତଳ ମହଲାର ଶ୍ରେଣୀଗୃହରେ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରାଯାଇଥିଲା । ସ୍କୁଲରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ନିକଟସ୍ଥ ଏକ ଗାଁରେ ୧୩ ବର୍ଷର ବାଳକକୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ।
ଫେବୃଆରୀ ୨୦୨୧ ରେ ମିଆଁମାରରେ ସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ସେଠାରେ ସ୍ଥିତି ଲାଗତାର ଖରାପ ହେବାରେ ଲାଗିଛି । ମିଆଁମାରରେ ମଧ୍ୟ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଅର୍ଥନୈତିକ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଛି । ଏଠାରେ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ତୀବ୍ର ହ୍ରାସ ଘଟିଛି । ହଜାର ହଜାର ଲୋକ ଦେଶ ଛାଡି ଚାଲିଯାଉଛନ୍ତି । ସେଠାକାର ଲୋକମାନେ ଭାରତରେ ଆଶ୍ରୟ ନେଉଛନ୍ତି । ଭାରତରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ମିଜୋରାମରେ ପ୍ରବେଶ କରିଛନ୍ତି । ଗତ ମାସରେ ମିଜୋରାମର ଜଣେ ସ୍ଥାନୀୟ ନେତା ଏହି ସୂଚନା ଦେଇଥିଲେ ।