fbpx

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା ସହ ଜଡିତ ମାଷ୍ଟର ମାଇଣ୍ଡ ଗିରଫ: ଭାରତ ଆଣିବାକୁ ଚାଲିଛି ପ୍ରସ୍ତୁତି !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏବେବି ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କର ମୃତ୍ୟୁକୁ ଆଜିବି ଅନେକ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ମାମଲାରେ ଯେଉଁ ମାଷ୍ଟର ମାଇଣ୍ଡ ଡ୍ରଗ୍ସ ଯୋଗାଣକାରୀଙ୍କ ନାମ ସାମ୍ନାକୁ ଆସିଥିଲା ତାକୁ ନେଇ ଏକ ବଡ ଖବର ଆସିଛି । ତେବେ ଭାରତରେ ଡ୍ରଗ୍ସ ଯୋଗାଣକାରୀ ମଷ୍ଟର ମାଇଣ୍ଡ କୈଳାଶ ରାଜପୁତର ଲୋକେସନ ବିଷୟରେ ମୁମ୍ବାଇ ପୋଲିସ ଜାଣିବାକୁ ପାଇଛି ଏବଂ ତାକୁ ଭାରତ ଆଣିବା ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ପଳାତକ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର କିଙ୍ଗପିନ୍ ବିଷୟରେ ମୁମ୍ବାଇ ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ କୈଳାଶ ରାଜପୁତ ବର୍ତ୍ତମାନ ବ୍ରିଟେନରେ ଅଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ କୈଳାଶ ରାଜପୁତ ଛଦ୍ମନାମ (KR) ର ସୂଚନା ବ୍ରିଟେନର ଏଜେନ୍ସି ସହ ସେୟାର କରାଯାଇଛି ଏବଂ ତାଙ୍କୁ ଭାରତ ଆଣିବା ପାଇଁ ଭାରତୀୟ ଏଜେନ୍ସି ଲଣ୍ଡନ ପୋଲିସ ସହ ଯୋଗାଯୋଗରେ ଅଛି। ସୂଚନାନୁସାରେ, ଡ୍ରଗ୍ସ ଯୋଗାଣକରୀର ମାଷ୍ଟର ମାଇଣ୍ଡ କୈଳାଶ ରାଜପୁତ (KR)ଙ୍କ ପାସପୋର୍ଟକୁ ବ୍ରିଟେନର ଏଜେନ୍ସି ଜବତ କରିବା ସହ ତାଙ୍କୁ ଗୃହ ବନ୍ଦି କରାଯାଇଛି । ଏଥିସହିତ ତାଙ୍କୁ ଭାରତକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଗତର ସିବିଆଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରିବ ।

ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଆସିଥିଲା ଡ୍ରଗ୍ସ ମାମଲା: ଗତ ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପ୍ରଥମେ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲାବେଳେ, ପରେ CBI ମଧ୍ୟ ଏଥିରେ ପ୍ରବେଶ କରିଥିଲା । ଯେତେବେଳେ ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଡ୍ରଗ୍ସର କଥା ସାମ୍ନାକୁ ଆସିଥିଲା,ଏହାକୁ ନେଇ NCB ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବହୁ ବଲିଉଡ ସେଲିବ୍ରିଟି ସ୍କାନରରେ ଆସିଥିଲେ। ଏଥିସହିତ ତଦନ୍ତ ପରିସର ଭୁକ୍ତ ହୋଇଥିଲେ ।

Get real time updates directly on you device, subscribe now.