fbpx

ଆରେଷ୍ଟ ବିରାଟ କୋହଲି ! ସୋସିଆଲ ମିଡିଆରେ କାହିକିଁ ଚାଲିଛି ଏହି ଟ୍ରେଣ୍ଡ ?

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣାକୁ ନେଇ ନୂଆ ନୂଆ ଟ୍ରଣ୍ଡ ଦେଖିବାକୁ ମିଳୁଛି । କେତେବେଳେ ଫିଲ୍ମକୁ ନେଇ କିଛି ଟ୍ରୋଲ ହେଲାଣି ତ ଆଉ କେତେବେଳେ ରାଜନିତି କିମ୍ବା ଅନ୍ୟ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଲାଣି । ତେବେ ଏହିସବୁ ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଖେଳ ଏବଂ ଖେଳାଳିଙ୍କୁ ନେଇ ଏକ ନୂଆ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଯେଉଁଠାରେ ସୋସିଆଲ ମିଡିଆ ୟୁଜର୍ସମାନେ ଭିରାଟ କୋହଲିଙ୍କୁ ଜଲଦି ଆରେଷ୍ଟ କର ଦାବି  କରିଛନ୍ତି । ଯାହାକି ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ ହେବାରେ ଲାଗିଛି । ଏବେ ଭିରାଟ ଏବଂ ରୋହିତ ଟି ୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଥିବାବେଳେ, ଏମିତି କିଛି  ଟ୍ରେଣ୍ଡ ହେବାରେ ଲାଗିଛି ।

ଭାରତରେ ଅନେକ ଲୋକେ କ୍ରିକେଟକୁ ଏକ ଧର୍ମ ଭଳି ମାନନ୍ତି । ଏଥିସହିତ କ୍ରିକେଟ ଫ୍ୟାନ୍ସମାନେ ତାଙ୍କର ପସନ୍ଦିଦାର ଖେଳାଳିଙ୍କୁ ପୂଜା ମଧ୍ୟ କରନ୍ତି । ତେବେ ପସନ୍ଦ କରୁଥିବା ଖେଳାଳିଙ୍କ ବିରୁଦ୍ଧରେ କିଏ କିଛି କହିଲେ ଫ୍ୟାନ୍ସମାନେ ତାହା ସହିପାରନ୍ତି ନାହିଁ । ତେବେ ଏମିତି କିଛି ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଭାରତୀୟ କ୍ରିକେଟ ଦଳର ଧୁଆଁଦାର ବ୍ୟାଟସମ୍ୟାନ କୋହଲି ଏବଂ କ୍ୟାପଟେନ୍ ରୋହିତଙ୍କୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ବିବାଦ ଏମିତି ବଢ଼ିଛି ଯେ ରୋହିତଙ୍କ ଫ୍ୟାନ୍ସମାନେ ଟ୍ୱିଟରରେ କହୁଛନ୍ତି ଆରେଷ୍ଟ କୋହଲି । ଏମିତି କହିବାର କାରଣ ହେଉଛି ଭିରାଟଙ୍କ ଫ୍ୟାନ୍ ରୋହିତ ସର୍ମାଙ୍କ ଫ୍ୟାନଙ୍କ ମୁଣ୍ଡକୁ ବ୍ୟାଟରେ ଛେଚି ଛେଚି ହତ୍ୟା କରିଛନ୍ତି ।

ସୂଚନା ମୁତାବକ ତାମିଲନାଡ଼ୁର ଅରିୟାଲୁର ଜିଲ୍ଲାରେ ୨୧ ବର୍ଷିୟ ଯୁବକ ତାଙ୍କ ସାଙ୍ଗଙ୍କୁ ହତ୍ୟା କରିବା କାରଣରୁ ଗିରଫ ହେବା ପରେ କୋର୍ଟ ଚାଲାଣ କରାଯାଇଛି । କିଲାପାଲୁର ପୋଲିସର ତଥ୍ୟ ଅନୁସାରେ ରୋହିତ ସର୍ମାଙ୍କ ଫ୍ୟାନ୍ ବିଗ୍ନେସ ଏବଂ ବିରାଟ କୋହଲିଙ୍କ ଫ୍ୟାନ ଧର୍ମରାଜ ମଲ୍ଲୁର ପାଖରେ ଥିବା ଏକ ଖୋଲା ପଡ଼ିଆରେ କ୍ରିକେଟକୁ ନେଇ ଆଲୋଚନା କରୁଥିଲେ । ଉଭୟ ପୁରା ନିଶାରେ ଚୁର ଥିବାବେଳେ କ୍ରିକେଟର କୌଣସି କଥାକୁ ନେଇ ଅଲୋଚନା କରୁଥିବା ଜଣା ପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବିଗ୍ନେସ ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ ଥିବାବେଳେ ଧର୍ମରାଜ ଆରସିବିର ଫ୍ୟାନ୍ ଥିଲେ । ଏହାପରେ ବିଗ୍ନେସ ଭିରାଟ କୋହଲି ଏବଂ ଆରସିବିର ମଜାକ ଉଡ଼ାଇଥିଲେ । ଯାହାଫଳରେ ଏହି ମଜାକକୁ ଧର୍ମରାଜ ସହିପାରିନଥିଲେ ଏବଂ ସେ ରାଗିଯାଇ ବିଗ୍ନେସଙ୍କୁ ବୋତଲରେ ମାରିବା ସହ ବ୍ୟାଟରେ ତାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କୁ ହତ୍ୟା କରିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଟ୍ୱିଟରରେ ହାସଟ୍ୟାଗ ଆରେଷ୍ଟ କୋହଲି ଟ୍ରେଣ୍ଡ କରିବାକୁ ଲାଗିଛି । ଏବେ ଧର୍ମରାଜ ପୋଲିସର କବଜାରେ ରହିଛନ୍ତି ।

Get real time updates directly on you device, subscribe now.