fbpx

ଭୂକମ୍ପ ଝଟକାରେ ପୁଣି ଥରିଲା ପୃଥିବୀ: ଆଫଗାନିସ୍ତାନ,ତାଜିକିସ୍ତାନରେ ସକାଳୁ ସକାଳୁ..

ନୂଆଦିଲ୍ଲୀ:ଆଜିକାଲି ପୃଥିବୀର ଅନେକ ଦେଶରେ ଭୂକମ୍ପର କମ୍ପନ ଅନୁଭୂତ ହେଉଛି। ତେବେ ଏହି ଭିତରେ ମଙ୍ଗଳବାର ସକାଳେ ମଣିପୁର ସହିତ ଆଫଗାନିସ୍ତାନ ଏବଂ ତାଜିକିସ୍ତାନରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ମଙ୍ଗଳବାର ସକାଳେ ମଣିପୁରର ନୋନି ଜିଲ୍ଲାରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ସକାଳ ପ୍ରାୟ ୨:୪୬ ସମୟରେ ଏହି ଭୂକମ୍ପ ଘଟିଥିଲା ​​ଏବଂ ଏହାର ଗଭୀରତା ୨୫ କିଲୋମିଟର ଥିଲା । ଏଥି ସହିତ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୧ ଥିଲା। ତାଜିକିସ୍ତାନରେ ୪.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଏହି ସମ୍ପର୍କରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ଆସିନାହିଁ।

ସୂଚନାମୁତାବକ ଗତ ରବିବାର ଦିନ ମଧ୍ୟ ଆଫଗାନିସ୍ତାନରେ ମଧ୍ୟରାତ୍ରିରେ ୪.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଫୈଜାବାଦରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଲୋକଙ୍କ ମନରେ ଏବେ ମଧ୍ୟ ଭୟ ସୃଷ୍ଟି ହୋଇଛି। ତୁର୍କୀ ଏବଂ ସିରିଆରେ ହେଇଥିବା ଭୁକମ୍ପରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଲକ୍ଷ ଲକ୍ଷ ଲୋକ ଆହତ ହେବ ସହିତ ଭୂମିହୀନ ହୋଇଥିଲେ। ଲୋକମାନେ ତମ୍ବୁରେ ରହିବାକୁ ବାଧ୍ୟ ହେଉଛନ୍ତି। ଯଦିଓ ଏବେ ମଧ୍ୟ ତୁର୍କୀ ଏବଂ ସିରିଆରେ ଭୂକମ୍ପ କମ୍ପନ ଅନୁଭୂତ ହେଉଛି।

Get real time updates directly on you device, subscribe now.