fbpx

୨ଟି ରାଜ୍ୟର ବିଧାନସଭା ଭୋଟ ଗଣତି ତାରିଖ ବଦଳିଲା: ବଡ଼ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଗତକାଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ଏହାପରେ ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି କୁହାଯାଇଥିଲା । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ, ଅରୁଣାଚଳ ପ୍ରଦେଶ ପରି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ସହିତ ଜୁନ ୪ରେ ଗଣତି ହେବ ବୋଲି ନିର୍ବାଚନ ଆୟୋଗ ଦିନ ଧାର୍ଯ୍ୟ କରିଥିଲେ ।

ବେ ଏହା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ତାରିଖରେ ପରିବର୍ତ୍ତନ ହୋଇଛି । ଅରୁଣାଚଳ ପ୍ରଦେଶ ଓ ସିକିମରେ ଜୁନ ମାସ ୪ ତାରିଖ ବଦଳରେ ୨ ତାରିଖରେ ଭୋଟ ଗଣତି ହେବ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ଦୁଇଟି ରାଜ୍ୟର ବିଧାନସଭା ଭୋଟ ଗଣତି ତାରିଖରେ ସଂଶୋଧନ କରାଯାଇଛି । ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟରେ ଲୋକସଭା ନିର୍ବାଚନର ଭୋଟ ଗଣତି ପୂର୍ବ ନିଷ୍ପତ୍ତି ମୁତାବକ ଜୁନ ୪ରେ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.