fbpx

ଅରବିନ୍ଦ କେଜ୍ରିୱାଲ ମାମଲା, ସୁପ୍ରିକୋର୍ଟ ଦେବେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ

ଓଡିଶା ଭାସ୍କର: ଉଚ୍ଚତମ ନ୍ୟାୟାଳୟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ମାମଲାରେ ରାୟ ଶୁଣାଇବେ । ଅବକାରୀ ମାମଲାରେ ଜଡିତ ଅରବିନ୍ଦ କେଜ୍ରିୱାଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନିଜର ଗିରଫଦାରୀକୁ ନେଇ ଦିଆଯାଇଥିବା ଯାଚିକା ଉପରେ ଆଜି ଉଚ୍ଚତମ ନ୍ୟାୟଳୟ ନ୍ୟାୟ ପ୍ରଦାନ କରିବେ । ସର୍ବୋଚ୍ଚ ନ୍ୟାୟାଳୟ ୱେବସାଇଟରେ ୧୨ ଜୁଲାଇରେ ଅପଲୋଡ କରାଯାଇଥିବା ସୂଚୀ ଅନୁସାରେ, ନ୍ୟାୟମୂର୍ତ୍ତି ସଞ୍ଜୀବ ଖନ୍ନା ଓ ନ୍ୟାୟମୂର୍ତ୍ତି ଦୀପାଙ୍କର ଦତ୍ତାଙ୍କ ଦୁଇ ସଦସ୍ୟିୟ ପୀଠ ୧୭ ମଇରେ ଏହା ଉପରେ ଆଲୋଚନା କରିଥିଲେ ।

ଚଳିତବର୍ଷ ୧୭ ମଇରେ ସୁପ୍ରିମକୋର୍ଟର ଏକ ବେଞ୍ଚ କେଜ୍ରିୱାଲଙ୍କ ଯାଚିକା ଉପରେ ନିଜର ଫଇସଲା ସୁରକ୍ଷିତ ରଖିଥିଲେ । ପରେ ଅପ୍ରେଲରେ ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗିରଫଦାରୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଠୁ ଜବାବ ତଲବ କରିଥିଲେ । ଆମ ଆଦମୀର ମୁଖ୍ୟ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ୯ ଅପ୍ରେଲର ଆଦେଶକୁ ଶୀର୍ଷ ଅଦାଲତ ଚ୍ୟାଲେଞ୍ଜ କରିଥିଲେ । ଯେଉଁଥିରେ ତାଙ୍କର ଗିରଫଦାରୀକୁ କାୟମ ରଖାଯାଇଥିଲା ।

ଇତିମଧ୍ୟରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଗୁରୁବାର, କେଜ୍ରିୱାଲଙ୍କ ଯାଚିକା ଉପରେ ଶୁଣାଣି ପାଇଁ ସୂଚିବଦ୍ଧ କରିଛନ୍ତି । ଯେଉଁଥିରେ ୯ ସେପ୍ଟେମ୍ବର ଦିନ ଇଡି ଦ୍ୱାରା ଜାରି ସମନ ଉପରେ ଚ୍ୟାଲେଞ୍ଜ କରାଯାଇଛି । ନ୍ୟାୟମୂର୍ତ୍ତି ପ୍ରତିଭା ଏମ୍ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପୀଠ ପ୍ରସ୍ତୁତ ଜବାବ ଉପରେ ପ୍ରତ୍ୟୁତ୍ତର ଦାଖିଲ ପାଇଁ ୪ ସପ୍ତାହ ଆହୁରି ସମୟ ଦିଆଯାଇଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚରେ ଇଡି ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା । ତେବେ ଆପ ମୁଖ୍ୟଙ୍କୁ ଜାମିନ ମିଳିବ କି ନାହିଁ ତାହା ଆଜି ଜଣା ପଡିବ ।

Get real time updates directly on you device, subscribe now.