fbpx

‘ମହିଳାଙ୍କୁ ହାତ ଉଠାଇବା ସମୟରେ ଖରାପ ଲାଗିଲାନି’, ଶୁଣାଣି ସମୟରେ ବିଭବ କୁମାରଙ୍କୁ SCଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ମାରପିଟ କରିବା ଅଭିଯୋଗରେ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଲା ନାହିଁ । ଏହି ମାମଲାର ଆଗାମୀ ଶୁଣାଣି ବର୍ତ୍ତମାନ ୭ ଅଗଷ୍ଟରେ ହେବାକୁ ଯାଉଛି । ଉଚ୍ଚତମ କୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ପିଏ ବିଭବ କୁମାରଙ୍କ ବିଶେଷ ଅନୁମତି ପିଟିସନ ଉପରେ ଶୁଣାଣି ସମୟରେ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଦୀପାଙ୍କର ଦତ୍ତା ଏବଂ ଜଷ୍ଟିସ ଉଜ୍ଜଲ ଭୂୟାନଙ୍କ ପୀଠ ବିଭବ କୁମାରଙ୍କ ପିଟିସନ ଉପରେ ଶୁଣାଣି କରିଛନ୍ତି । କୋର୍ଟ ବିଭବଙ୍କ ପକ୍ଷରୁ ଲଢୁଥିବା ଓକିଲ ମନୁ ସିଘଂବୀଙ୍କୁ କଠୋର ପ୍ରଶ୍ନ ପଚାରିଛନ୍ତି । କୋର୍ଟ ପଚାରିଛନ୍ତି ଯେ, ଯେତେବେଳେ ବିଭବଙ୍କୁ ସିଏମଙ୍କ ପିଏ ପଦବୀରୁ ବହିସ୍କାର କରାଯାଇଥିଲା, ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଘରେ କଣ କରୁଥିଲେ । ସେଠାରେ ତାଙ୍କର କାମ କଣ ଥିଲା? ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରଶ୍ନ ପଚାରିଛନ୍ତି, ଜଣେ ମହିଳାଙ୍କ ଉପରେ ହାତ ଉଠାଇବାକୁ ତାଙ୍କୁ ଖରାପ ଲାଗିଲାନାହିଁ? କୋର୍ଟ କହିଛନ୍ତି ଯେ, ଆମେ ଆପଣଙ୍କ ରାଜନୈତିକ ବିବାଦରେ ପଶିବାକୁ ଚାହିଁବୁନି । ଆମେ କେବଳ ଆଇନ ହିସାବରେ ଚାଲିବୁ ।

Get real time updates directly on you device, subscribe now.