ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାରେ ଥିବା ଶାହି ଜାମା ମସଜିଦ୍ ସର୍ଭେ ବେଳେ ହୋଇଥିବା ହିଂସାକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ସରକାର ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ରବିବାର ମସଜିଦର ସର୍ଭେ ବେଳେ ପଥରମାଡ଼ ଓ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ।
ସମ୍ଭାଲର ମସଜିଦ ୫୦ କିମ୍ବା ୧୦୦ ବର୍ଷ ପୁରୁଣା ମସଜିଦ ନୁହେଁ, ବରଂ ୨୦୦-୨୫୦ ବର୍ଷ ପୁରୁଣା ମସଜିଦ । ମସଜିଦର ଦୋଷୀଙ୍କ କଥା ନ ଶୁଣି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯାହା କି ଭୁଲ । ସେ କହିଛନ୍ତି, ସର୍ଭେ କରିବାକୁ ଆସିଥିବା ଲୋକମାନେ ସ୍ଲୋଗାନ ଦେଉଥିଲେ ଯାହାର ଭିଡିଓ ମଧ୍ୟ ସେଠାରେ ରହିଛି । ସେଠାରେ ଘଟିଥିବା ହିଂସାକାଣ୍ଡରେ ୩ ଜଣ ମୁସଲମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୁଁ ଏହାକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି ।
ଓୱେସି କହିଛନ୍ତି, ଏହା ଗୁଳିଚାଳନା ନୁହେଁ ବରଂ ହତ୍ୟା । କୋର୍ଟରେ ଶୁଣାଣି ହେବା ଦିନ ଏହି ନିର୍ଦ୍ଦେଶ ଦିଆଯାଇଥାଏ । ୧୯୪୮ରେ ବାବ୍ରୀ ମସଜିଦରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଉ ବୋଲି ସେ କହିଛନ୍ତି । ଏହାର ତଦନ୍ତ ହାଇକୋର୍ଟର ସିଟିଂ ଜଜ୍ ଙ୍କ ଦ୍ୱାରା ହେବା ଦରକାର । ଏହା ସମ୍ପୂର୍ଣ୍ଣ ଭୁଲ । ସମ୍ଭାଲରେ ଅତ୍ୟାଚାର ଚାଲିଛି ।