fbpx

ଅଶ୍ୱଗନ୍ଧା ସେବନ କଲେ ମିଳିଥାଏ ଅନେକ ଫାଇଦା: ହାର୍ଟ ଆଟାକ, ଉକ୍ତ ରକ୍ତଚାପ, କ୍ୟାନସର ଓ ଅକାଳ ବାର୍ଦ୍ଧକ୍ୟ ଭଳି ବୀମାରୀ ବିପକ୍ଷରେ ଲଢ଼ିଥାଏ ଅଶ୍ୱଗନ୍ଧା

Advertisement

(ଓଡିଶା ଭାସ୍କର): ଅଶ୍ୱଗନ୍ଧାକୁ ଆମେ ଔଷଧ ରୂପେ ବ୍ୟବହାର କରୁଥାଉ । ବିଶେଷ କରି ଅଧିକାଂଶ ଲୋକ ଓ ମହିଳାମାନେ ଏହାକୁ କେଶର ଘନତା ଓ ସୁନ୍ଦରତା ପାଇଁ ବ୍ୟବହାର କରିଥାନ୍ତି । ଅଶ୍ୱଗନ୍ଧା କେବଳ କେଶ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟର ପାଇଁ ଅନେକ ଲାଭଦାୟକ ହୋଇଥାଏ । କମ୍ ଲୋକ ଅଶ୍ୱଗନ୍ଧାର ବ୍ୟବହାର ବିଷୟରେ ଜାଣିଛନ୍ତି । ଅଶ୍ୱଗନ୍ଧା ଅନେକ ରୋଗକୁ ଦୂର କରିବାରେ ବରଦାନ ସଦୃଶ ସହାୟକ ହୋଇଥାଏ । ଅଶ୍ୱଗନ୍ଧାର ଉପକାରିତା ବିଷୟରେ କିଛି ମେଡିକାଲ ସଂଗଠନର ପକ୍ଷରୁ ପ୍ରଦତ୍ତ ରିପୋର୍ଟ ସାମ୍ନାକୁ ଆସିଛି ।

ହାର୍ଟକୁ ସୁସ୍ଥ ରଖେ – ଅଶ୍ୱଗନ୍ଧାକୁ ଆପଣମାନେ ନିୟମିତ ବ୍ୟବହାର କରିବା ଦ୍ୱାରା ହାର୍ଟ ସୁସ୍ଥ ରହିବା ସହ ଶରୀର ଫୂର୍ତ୍ତି ଲାଗିଥାଏ । ହାଇ ବ୍ଲଡ ପ୍ରେସର ଏବଂ କୋଲେଷ୍ଟ୍ରେଲ ଭଳି ରୋଗକୁ ନିୟନ୍ତ୍ରଣ କରିବାରେ ଅଶ୍ୱଗନ୍ଧାର ଭୂମିକା ବେଶ ଗୁରୁତ୍ୱପୂଣ୍ôଣର୍ ହୋଇଥାଏ । ଏହା ହାର୍ଟ ଆର୍ଟାକ ଭଳି ସମସ୍ୟାକୁ କମ କରିବା ସହ ଛାତିର ସମସ୍ୟା ସବୁକୁ ଦୂର କରିବାରେ ସହାୟକ ହୋଇଥାଏ ।

ଅକାଳ ବାର୍ଦ୍ଧକ୍ୟ ରୋଗ ରୋକିବାରେ ସାହାସ୍ୟ କରେ – ଅଶ୍ୱଗନ୍ଧା ନିୟମିତ ସେବନ ଦ୍ୱାରା ଅକାଳ ବାର୍ଦ୍ଧକ୍ୟ ରୋଗକୁ ରୋକିଥାଏ । ୨୦୨୦ ମହିହାରେ କରଯାଇଥିବା ଏକ ରିସର୍ଚ୍ଚ ଅନୁସାରେ, ଅଶ୍ୱଗନ୍ଧାରେ ଥିବା ନ୍ୟୁରୋପୋଟେକ୍ଟିଭ, ହଣ୍ଟିଙ୍ଗଟନ ଓ ପର୍କିସନ ଭଳି ପୋଷକ ତତ୍ତ୍ୱ ଏହି ବାର୍ଦ୍ଧକ୍ୟ ରୋଗକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସେହିପରି ୨୦୨୧ ମସିହାର ଆଉ ଏକ ରିପୋର୍ଟ ଅନୁସାରୋ ଅଶ୍ୱଗନ୍ଧା ଅନ୍ୟ ଔଷଧ ଅପେକ୍ଷା ମାନସିକ ରୋଗକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।

କ୍ୟାନସର ରୋକିବାରେ ସହାୟକ ହୁଏ- କ୍ୟାନସରରେ ପୀଡିତ ହୋଇଥିବା ରୋଗୀଙ୍କୁ ଅଧିକ ଚିନ୍ତିତ କାରଣରୁ ଚାପଗ୍ରସ୍ତ ହୋଇ ଥକ୍କା ଲାଗିଥାଏ । ଏଥିରୁ ମୁକ୍ତି ପାଇବା ଲାଗି ଅଶ୍ୱଗନ୍ଧାର ସେବନ ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି । କାରଣ ୨୦୨୩ ମସିହାର ଏକ ରିପୋର୍ଟ ଅନୁସାରେ ଅଶ୍ୱଗନ୍ଧା ହେଉଛି କ୍ୟାନସର ବିରୋଧୀ । ଏହି ରୋଗରୁ ରକ୍ଷା ପାଇଁ ମଧ୍ୟ ନିୟମିତ ଅଶ୍ୱଗନ୍ଧା ସେବନ କରିବା ଆବଶ୍ୟକ ହୋଇଥାଏ ।

ଚାପ ଦୂର କରେ – ପ୍ରତ୍ୟେକ ଦିନ ଅଶ୍ୱଗନ୍ଧା ୨୪୦ ମିଲିଗ୍ରାମ ସେବନ ଦ୍ୱାରା ଚାପ କମ ହୋଇଥାଏ । ତେଣୁ ଆପଣମାନେ ନିୟମିତ କିଛି ପରିମାଣରେ ଏହି ଅଶ୍ୱଗନ୍ଧାର ସେବନ କରନ୍ତୁ ଏବଂ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରନ୍ତୁ ।

 

Get real time updates directly on you device, subscribe now.