fbpx

ଭିଜିଲାନ୍ସ ଜାଲରେ ASI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସରକାରୀ ବାବୁମାନଙ୍କ ଘରେ ଭିଜିଲାନ୍ସ ରେଡ୍ ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ଝାରସୁଗୁଡ଼ା ଜିଲ୍ଲାର ଜଣେ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଓଡ଼ିଶା ମୋଟର ଭେହିକିଲ ଡିପାର୍ଟମେଣ୍ଟ (ଓଏମଭିଡି)ର ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ନାୟକଙ୍କ ଘରେ ରେଡ୍ କରାଯାଇଥିବା ଜଣାପଡ଼ିଛି ।

ତେବେ ଆଜିର ଚଢ଼ାଉରେ ଏଏସଆଇ ଶ୍ରୀ ନାୟକଙ୍କ ଠାରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ କରାଯାଇଛି । ଏହି ରେଡରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ । ଶ୍ରୀ ନାୟକଙ୍କର କଟକର ଫ୍ରେଣ୍ଡସ କଲୋନୀର ଦୁଇମହଲା ଘର, ପୁରୀରେ ଥିବା ପୈତୃକ ଘର, ଝାରସୁଗୁଡ଼ାରେ ଥିବା ଆରଟିଓ ଅଫିସ, ଝାରସୁଗୁଡ଼ାରେ ଥିବା ଭଡ଼ାଘର, ଗଞ୍ଜାମରେ ଥିବା ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁରର ରାମନଗରରେ ଥିବା ଦୁଇ ମହଲା ଘରରେ ରେଡ୍ କରାଯାଇଥିଲା । ଗତକାଲି ଟିପିସିଓଡିଏଲ ବୋରିଗୁମ୍ମାର ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଉକ୍ତ ଯନ୍ତ୍ରୀ ଜଣଙ୍କ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Get real time updates directly on you device, subscribe now.