fbpx

ଏସିଆ କପ୍ ୨୦୨୨ର ତାରିଖରେ ହୋଇପାରେ ପରିବର୍ତ୍ତନ, ଜାଣନ୍ତୁ କେବେ ଖେଳାଯିବ ଟୁର୍ଣ୍ଣାମେଣ୍ଟ

Advertisement

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ୨୦୨୨ ଏସିଆ କପ୍ ଖେଳାଯିବ। ହେଲେ ଏହି ଟୁର୍ଣ୍ଣାମେଣ୍ଟୁ ନେଇ ଏବେ ମଧ୍ୟ ସଂଶୟ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ହିଁ ଖେଳାଯିବ। କିନ୍ତୁ ତାରିଖରେ କିଛିଟା ପରିବର୍ତ୍ତନ ହୋଇପାରେ। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପରିବର୍ତ୍ତିତ ତାରିଖରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଅଂଶଗ୍ରହଣ କରୁଥିବା ଦେଶର ସହମତି ଲୋଡିଛି ବୋର୍ଡ।

ଏସିଆ କପର ୧୮ତମ ସଂସ୍କରଣ ପୂର୍ବରୁ ଦୁଇ ଥର ସ୍ଥଗିତ ହୋଇ ସାରିଛି। ଏବେ ଅଗଷ୍ଟ ୨୪ରୁ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ୨୦୨୨ ସେପ୍ଟେମ୍ବର ୭ରେ ଏସିଆ କପ୍ ୨୦୨୨ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର‌୍ୟ୍ୟନ୍ତ ଖେଳାଯିବାର ଥିଲା। ହେଲେ ଅନ୍ତର୍ଜାତୀୟ କ୍ରୀଡାସୂଚୀକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଟୁର୍ଣ୍ଣାମେଣ୍ଟକୁ ଶୀଘ୍ର ଆରମ୍ଭ କରି ଶୀଘ୍ର ସାରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ଆୟୋଜକ ଶ୍ରୀଲଙ୍କା ଏବଂ କ୍ଵାଲିଫାୟରର ଗୋଟିଏ ଦଳ ସମେତ ମୋଟ୍ ଛଅଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଏହାର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୭ରେ ଖେଳାଯିବ। ଏସିଆ କପ୍ ସାଧାରଣତଃ ଥରେ ଦିନିକିଆ ହେଲେ ଥରେ ଟି-୨୦ ଫର୍ମାଟରେ ଖେଳାଯାଏ। ଶେଷ ଥର ୨୦୧୮ରେ ଏସିଆ କପ୍ ଆୟୋଜନ ହୋଇଥିଲା। ଏହା ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏବଂ ଭାରତ ଏହି ସଂସ୍କରଣରେ ଚାମ୍ପିଅନ ହୋଇଥିଲା।

Get real time updates directly on you device, subscribe now.