fbpx

ଏସିଆ କପ୍‌ କ୍ରିକେଟ: ୨୮ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

Advertisement

ମୁମ୍ବାଇ: ଚଳିତ ଅଗଷ୍ଟ ୨୭ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ ଏସିଆ କପ କ୍ରିକେଟ ପ୍ରତିଯୋଗିତା । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବା ପାଇଁ ଥିବା ବେଳେ ୨୮ ତାରିଖ ଦିନ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ- ପାକିସ୍ତାନ ମୁକାବିଲା ହେବ । ସୁପର ଫୋର ପର୍ଯ୍ୟାୟ ମ୍ୟାଚ ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ୧୧ ତାରିଖରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଟି-୨୦ କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବା ପାଇଁ ଥିବାରୁ ଏସିଆ କପର ୧୫ତମ ସଂସ୍କରଣ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ସହାୟକ ହେବ ।

ସୂଚନା ଯୋଗ୍ୟ ଯେ ୨୦୧୮ରେ ଶେଷ ଥର ପାଇଁ ଏସିଆ କପ ଅନୁଷ୍ଠିତ ହୋଇ ଥିବା ବେଳେ ଫାଇନାଲରେ ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ ହୋଇ ଥିଲା । ଭାରତ ଏକମାତ୍ର ସଫଳ ଦଳ ଭାବେ ସାତ ଥର ଏସିଆ କପ ଟାଇଟଲ ହାସଲ କରିଛି । ବର୍ତ୍ତମାନ ଭାରତ ବାହାର ଦେଶରେ ଦ୍ୱିାକ୍ଷିକ ସିରିଜ ଖେଳୁ ଥିବାରୁ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରା ଯାଇ ନାହିଁ । ତେବେ ସଂପ୍ରତି ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ଭାରତୀୟ ଦଳ ଗଠନ କରାଯିବା ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.