fbpx

ଆସିଫ୍ ଅଲୀଙ୍କ ଧୂଆଁଧାର ବ୍ୟାଟିଂ; ପାକିସ୍ତାନର ହ୍ୟାଟ୍ରିକ୍ ବିଜୟ

ନୂଆଦିଲ୍ଳୀ: ଆସିଫ୍ ଅଲୀଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବିଶ୍ୱକପରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ପାକିସ୍ତାନ । ଅନ୍ତିମ ଦୁଇ ଓଭରରେ ୨୪ ରନ ଆବଶ୍ୟକ ରହିଥିବା ବେଳେ ଆସିଫ ଅଲୀ ମାତ୍ର ୭ ବଲରେ ୨୪ ରନ ସଂଗ୍ରହ କରିଥିଲେ । ଅଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ୫ ୱିକେଟରେ ମ୍ୟାଚ ଜିତି ନେଇଥିଲା ।

ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୬ ୱିକେଟ ହରାଇ ୧୪୭ ରନ କରିଥିଲା । ମହମ୍ମଦ ନବି ଓ ଗୁଲବଦିନ ନାଏବ ଅପରାଜିତ ୩୫ ରନ ଲେଖାଏଁ ସଂଗ୍ରହ କରିଥିଲେ । ନବି ୩୨ ବଲରୁ ୫ ଚୌକା ସହିତ ୩୫ ରନ କରିଥିବା ବେଳେ ନାଏବ ୨୫ ବଲରୁ ୪ ଚୌକା ଓ ୧ ଛକା ମାରିଥିଲେ । ଇମାଦ ୱାସିମ ଦୁଇଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୧୪୮ ରନର ପିଛା କରୁଥିବା ପାକିସ୍ତାନ ପକ୍ଷରୁ ଅଧିନାୟକ ବାବର ଆଜମ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ । ଆଜମ ୪୭ ବଲରୁ ୫୧ ରନ କରିଥିବା ବେଳେ ଫଖର ଜମାନ ୩୦ ରନ ସଂଗ୍ରହ କରିଥିଲେ । ଶେଷ ଆଡକୁ ଆସିଫ ଅଲୀ ୪ ଛକା ସହିତ ୨୫ ରନ କରିଥିଲେ । ରଶିଦ ଖାନ ୨୬ ରନରେ ଦୁଇଟି ୱିକେଟ ନେଇଥିବା ବେଳେ ମୁଜିବ, ନବି ଓ ନବୀନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.