fbpx

ପରିବାର ସହ ସମୟ ବିତାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି; ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ:ବୃଦ୍ଧ ବାପା-ମା ଙ୍କ ସହ ସମୟ ବିତାଇବାକୁ ୪ ଦିନ ସରକାରୀ ଛୁଟି ମିଳିବ । ଆସାମ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆସାମ କ୍ୟାବିନେଟରେ ଗୁରୁବାର ଏହି ନିଷ୍ପତ୍ତି ହୋଇଛି । ନୂଆ ବର୍ଷରେ ବାପା ମାଙ୍କ ସହ ସମୟ ଅତିବାହିତ କରିବାକୁ ସମସ୍ତ ମନ୍ତ୍ରୀ, ଅଧିକାରୀଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ୪ ଦିନ ଛୁଟି ଦିଆଯିବ । ଏଥିମ୍ମରୁ ୨ ଦିନ ସପ୍ତାହନ୍ତ ଛୁଟି ହୋଇଥିବା ବେଳେ ଅନ୍ୟ ୨ ଦିନ ସପ୍ତାହନ୍ତକୁ ଲଗାଇ ସରକାରୀ ଛୁଟି ମିଳିବ ।
ନୂଆ ନିୟମ ଅନୁସାରେ, ଜାନୁଆରୀ ୬, ୭, ୮ ଓ ୯ ତାରିଖରେ ଆସାମରେ ସରକାରୀ ଛୁଟି ଘୋଷଣା କରାଯିବ । ତେବେ ଏହି ଅତିରିକ୍ତ ଛୁଟିରେ କର୍ମଚାରୀ ନିଜର ବୃଦ୍ଧ ବାପା ମାଙ୍କୁ ଭେଟି ସେମାନଙ୍କ ସହ ସମୟ ବିତାଇବାକୁ ବା୍ମତାମୂଳକ ବୋଲି ନିଦେ୍ର୍ଧଶନାମାରେ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.