fbpx

ହିମନ୍ତ ବିଶ୍ୱଶର୍ମାଙ୍କ ରୋଚକ ‘ଲଭ୍ ଷ୍ଟୋରୀ’, ପତ୍ନୀ କହିଥିଲେ- ‘ମାକୁ କହିଦିଅ, ମୁଁ ଦିନେ ମୁଖ୍ୟମନ୍ତ୍ରୀ ହେବି’

ଭାରତୀୟ ରାଜନୀତିରେ ଏପରି ଅନେକ ଚେହେରା ରହିଛି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ସଚ୍ଚୋଟତା ସହିତ ଲୋକଙ୍କ ହୃଦୟ ଜିତିବା ସହ ଅନେକ ବଡ଼ ପଦବୀ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ମୁଖ୍ୟମନ୍ତ୍ର ହିମନ୍ତା ସୋମବାର ଅର୍ଥାତ୍ ୧୦ ମେ’ ୨୦୨୧ ରେ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଆସାମ ରାଜନୀତିର ଇତିହାସର ଆଉ ଏକ ପୃଷ୍ଠା ହିମନ୍ତ ବିଶ୍ୱ ଶର୍ମାଙ୍କ ନାମରେ ଲେଖାଯାଇଛି । କିନ୍ତୁ ଏବେବି ଅନେକ ଲୋକ ତାଙ୍କ ବିଷୟରେ ବହୁତ କମ୍ ଜାଣନ୍ତି । ତେବେ ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଷୟରେ କିଛି ଖାସ୍ କଥା…

ତେବେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ରୋଚକପୂର୍ଣ୍ଣ । ମାତ୍ର ୨୨ ବର୍ଷ ବୟସରେ, ହିମନ୍ତ ଜାଣିବାକୁ ପାଇଲେ ଯେ ସେ ନିଶ୍ଚିତ ଭାବରେ ଦିନେ ଆସାମର ମୁଖ୍ୟମନ୍ତ୍ରୀ ହେବେ । ଏବଂ ତାଙ୍କ ପରିଶ୍ରମର ଶକ୍ତିରେ ସେ ଶେଷରେ ୩୦ ବର୍ଷ ପରେ ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ହିମନ୍ତଙ୍କ ପତ୍ନୀ ରିନିକି ଭୁୟନ କହିଛନ୍ତି ଯେ, ‘କଲେଜରେ ପଢୁଥିବା ଦିନଠାରୁ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଆତ୍ମବିଶ୍ୱାସୀ ଥିଲେ । ଛାତ୍ର ଜୀବନରେ ହିମନ୍ତ ନିଜ ଲକ୍ଷ୍ୟକୁ ନେଇ ଫୋକସରେ ରହିବା ସହ ଭବିଷ୍ୟତରେ କଣ ହେବାକୁ ଚାହୁଁଥିଲେ ସେ ଜାଣିଥିଲେ ।’

ରିନିକି କହିଛନ୍ତି ଯେ, ‘ଯେତେବେଳେ ହିମନ୍ତଙ୍କୁ ୨୨ ବର୍ଷ ହୋଇଥିଲା ଓ ନିଜେ ୧୭ ବର୍ଷର ହୋଇଥିଲେ, ସେବେ ଦୁହଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ସେହି ସମୟରେ ରିନିକି ହିମନ୍ତଙ୍କୁ ପଚାରିଥିଲେ, ମୁଁ ତୁମର ଭବିଷ୍ୟତ ବିଷୟରେ ମା’ଙ୍କୁ କ’ଣ କହିବି? ଏହି ପ୍ରଶ୍ନ ଉପରେ ହିମନ୍ତ କହିଥିଲେ, ତାଙ୍କୁ କୁହ ମୁଁ ଆସାମର ମୁଖ୍ୟମନ୍ତ୍ରୀ ହେବି ।’ ରିନିକି ହିମନ୍ତଙ୍କ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ, କିନ୍ତୁ ପରେ ହୃଦୟଙ୍ଗମ କଲେ ଯେ ଯେଉଁ ବ୍ୟକ୍ତିଙ୍କ ସହ ସେ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ସେ ରାଜ୍ୟ ପାଇଁ ନିଜର ଲକ୍ଷ୍ୟ, ସ୍ୱପ୍ନ ଏବଂ ସଂକଳ୍ପ ରଖିଛନ୍ତି ।

ରିନିକି କହିଛନ୍ତି ଯେ ଯେତେବେଳେ ସେ ହିମନ୍ତଙ୍କୁ ବିବାହ କରିଥିଲେ ସେତେବେଳେ ସେ ଜଣେ ବିଧାୟକ ଥିଲେ । କିନ୍ତୁ ସେ ଆଗକୁ ବଢି ଚାଲିଲେ ଓ ପରେ ମନ୍ତ୍ରୀ ଆଉ ଆଜି ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ଆଜି ବି ମୋତେ ବିଶ୍ୱାସ ହେଉ ନାହିଁ ବୋଲି ରିନିକି କହିଛନ୍ତି ।

ତେବେ ହିମନ୍ତ କଟନ କଲେଜରୁ ସ୍ନାତକୋତ୍ତର ସହିତ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି। ଏହା ପରେ ସେ ସରକାରୀ ଆଇନ କଲେଜରୁ LLB କରିଥିଲେ ଏବଂ ଗୁଆହାଟି ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚଡି କରିଥିଲେ। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ରିନିକା ଜଣେ ସାମ୍ବାଦିକା ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

Get real time updates directly on you device, subscribe now.