fbpx

ବଡ ସ୍କ୍ରିନ ଏବଂ ବ୍ୟାଟେରୀ ସହ  ଲଞ୍ଚ Lava Z2 MAX, ମୂଲ୍ୟ ୭,୭୯୯ ଟଙ୍କା, ଜାଣନ୍ତୁ ଏହାର ଫିଚର୍ସ

ନୂଆ ଦିଲ୍ଳୀ, ୧୧/୫: ଦେଶରେ କରୋନା ମହାମାରୀ ଏହାର କାୟା ମେଲାଇଛି । କରେନାର ଭୟାବହତା ଯୋଗୁଁ ଅନେକ ରାଜ୍ୟରେ ଜାରି ହୋଇଛି ତାଲା ବନ୍ଦ। ଲକ ଡାଉନ ଯୋଗୁଁ ସ୍କୁଲ-କଲେଜ ସବୁ ବନ୍ଦ ରହିଛି। ଏହାର ପ୍ରଭାବ ଶିକ୍ଷା ଉପରେ ପଡିଛି । ଏପରି ସ୍ଥିତିରେ ଏକ ମାତ୍ର ବିକଳ୍ପ ହେଉଛି ଅନଲାଇନ ପାଠପଢା । ତେବେ ଅନଲାଇନ୍ ପାଠପଢାକୁ ସମର୍ଥନ କରି ଭାରତୀୟ ସ୍ମାର୍ଟଫୋନ କଂପାନୀ Lava ଏକ ନୂତନ ସ୍ମାର୍ଟଫୋନ୍ Lava Z2 Max କୁ ଲଞ୍ଚ କରିଛି  । Lava Z2 Max ରେ ରହିଛି ବଡ଼ ସ୍କ୍ରିନ ସହ ବଡ଼ ବ୍ୟାଟେରୀ  ।

ଜାଣନ୍ତୁ କ’ଣ ରହିଛି ଏହି ଫୋନର ଫିଚର୍ସ:

ଡୁଆଲ୍ ନାନୋ ସିମ୍ ସହିତ ଆସୁଥିବା Lava Z2 Max ରେ, Android 10 ( Go edition) ଦେଖିବାକୁ ମିଳିବ । ଏଥିରେ 7 inch ର HD+ ସ୍କ୍ରିନ ରହିଛି । ସୁରକ୍ଷା ପାଇଁ ଏଥିରେ ଗୋରିଲା ଗ୍ଲାସ୍ ୩ ଦିଆଯାଇଛି । ଫୋନରେ ଏକ କ୍ୱାଡ୍ କୋର୍ MediaTek Helio ପ୍ରୋସେସର୍ ରହିଛି । ଏଥିରେ 2 GB Ram ଏବଂ 32 GB ଷ୍ଟୋରେଜ୍  ରହିଛି । ଯାହାକୁ ଆପଣ ମେମୋରୀ କାର୍ଡ ସାହାଯ୍ୟରେ  ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ । ଫଟୋଗ୍ରାଫି ଏବଂ ଭିଡିଓ ପାଇଁ ଫୋନର ପଛରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ 13 MP ପ୍ରାଇମେରୀ କ୍ୟାମେରା ସହ ୨ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି । ସେହିଭଳି 8 MPର ଫ୍ରଣ୍ଟ କ୍ୟାମେରା ରହିଛି । ଏଥିରେ Wi-Fi, 4G VoLTE, Bluetooth v5, GPS,  3.5 mm ହେଡଫୋନ୍ ଜ୍ୟାକ୍ ଏବଂ ୟୁଏସବି ଟାଇପ୍-ସି ପୋର୍ଟ ରହିଛି । ଏହି ଫୋନରେ 6000mAh ବ୍ୟାଟେରୀ ରହିଛି ।  ୩ ଘଣ୍ଟା ୪୭ ମିନିଟରେ ଚାର୍ଜ ହେବା ନେଇ  କମ୍ପାନୀ  ତରଫରୁ କୁହାଯାଇଛି ।

Lava Z2 Maxର ମୂଲ୍ୟ ୭,୭୯୯ ଟଙ୍କା ରଖାଯାଇଛି ।  ଏହା 2 GB Ram ଏବଂ 32 GB ଷ୍ଟୋରେଜ୍  ସହିତ ଆସିଥାଏ  । ଏହା Stroked Blue ଏବଂ Stroked Cyan ଦୁଇଟି ରଙ୍ଗ ବିକଳ୍ପରେ ଉପଲବ୍ଧ । Lava Z2 MAX  ଏହାର ଅଫିସିଆଲ୍ ୱେବସାଇଟ୍, ଆମାଜନ ଏବଂ ଫ୍ଲିପକାର୍ଟରୁ କିଣାଯାଇପାରିବ ।

Get real time updates directly on you device, subscribe now.