fbpx

ବିଧାନସଭା ଜଗିବେ ୩୦ ପ୍ଲାଟୁନ୍ ପୋଲିସ

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ଫେବ୍ରୁଆରୀ ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଥିଲେ । ସ୍ଥିତି ସମୀକ୍ଷା ପରେ ପୋଲିସ କମିଶନର କହିଛନ୍ତି ଯେ, ‘ବିଧାନସଭା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ । ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆତ୍ମାହୂତି ଉଦ୍ୟମ ଲୋକେ କରୁଥିବାରୁ ତାହା ଫୋକସରେ ରହିବ । ବିଧାନସଭା ଚାଲୁଥିବା ସମୟରେ କିଛି ରାସ୍ତାକୁ ବ୍ଲକ କରାଯିବ ।’

Get real time updates directly on you device, subscribe now.