ଡିସେମ୍ବର ୨୨ରେ ହେବ ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ଲାଇବ୍ରେରିଆନ୍ ପଦର ମୁଖ୍ୟ ଲିଖିତ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖ (ରବିବାର) ଦିନ ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ଲାଇବ୍ରେରିଆନ୍ ପ୍ରିଲିମିନାରୀ ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱରର ପରୀକ୍ଷା କେନ୍ଦ୍ରରେ ଓଏମଅର ମୋଡ଼ରେ (ଏମସିକ୍ୟୁ ଟାଇପ) ଏହି ପରୀକ୍ଷା କରାଯିବ । ଏହି ଦୁଇଟି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ (ଓଏସଏସସି)ର ଅଫିସିଆଲ ୱେବସାଇଟକୁ ଯାଇ ଆସନ୍ତା ୧୬ ତାରିଖ ପରଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

୨୨ ତାରିଖ ଦିନ ସକାଳ ୧୦.୩୦ରୁ ୧୨ଟା ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ଆନାଲିଷ୍ଟ ପଦର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପଲସରି ପେପରରେ ମୋଟ ୧୦୦ଟି ପ୍ରଶ୍ନ ରହିବ ଓ ତାହା ୨୦୦ ମାର୍କ ବିଶିଷ୍ଟ ହେବ । ସେହିପରି ସେହିଦିନ ଦିନ ୩ଟାରୁ ୪.୩୦ ପର୍ଯ୍ୟନ୍ତ ଲାଇବ୍ରେରିଆନ୍ ପଦର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପଲସରି ପେପରରେ ମୋଟ ୧୦୦ଟି ପ୍ରଶ୍ନ ରହିବ ଓ ତାହା ୨୦୦ ମାର୍କ ବିଶିଷ୍ଟ ହେବ । ଏହି ଦୁଇ ପଦର ମୁଖ୍ୟ ଲିଖିତ ପରୀକ୍ଷାକୁ ନେଇ ଓଏସଏସସି ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି ।