fbpx

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଲା ନୂଆ ତଥ୍ୟ

ସେପ୍ଟେମ୍ବର ୧୬ରେ ହୋଟେଲ ରାଧିକାରେ ରହିନଥିଲେ ସୁସ୍ମିତା

ରାଉରକେଲା: (ଓଡ଼ିଶା ଭାସ୍କର) ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ମାମଲାର ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଲା ନୂଆ ତଥ୍ୟ । ସେପ୍ଟେମ୍ବର ୧୬ରେ ସୁସ୍ମିତା ହୋଟେଲ ରାଧିକାରେ ରହିନଥିଲେ । ସେପ୍ଟେମ୍ବର ୧୬ରେ ସୁସ୍ମିତା ରହିଥିଲେ ହୋଟେଲ ଅନୁରାଗରେ । ତଦନ୍ତକାରୀ ଟିମ୍ ହୋଟେଲ ଅନୁରାଗ ଯାଇ ତଦନ୍ତ କଲା । ହୋଟେଲ ଅନୁରାଗର କର୍ମଚାରୀଙ୍କୁ ତଦନ୍ତକାରୀ ଟିମ୍‌ର ପଚରାଉଚରା । ସୂଚନା ମୁତାବକ, ଦେଢ଼ବର୍ଷ ପୂର୍ବେ ରାଉରକେଲାର ସୁସ୍ମିତା ମିଞ୍ଜ (୩୫) ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ । ସୁସ୍ମିତାକୁ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ତାଙ୍କର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଥିଲା ପୋଲିସ ।

Get real time updates directly on you device, subscribe now.