fbpx

OPSC ପକ୍ଷରୁ ତାରିଖ ଘୋଷଣା: ଜୁଲାଇ ୨୧ରେ ହେବ ସହକାରୀ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ବିକାଶ ସମ୍ପଦ ବିଭାଗ ଅଧିନରେ ସହକାରୀ ମତ୍ସ୍ୟ ଅଧିକାରୀ ପଦ ପୂରଣ ହେବ । ଏହି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଅପଡେଟ୍ । ଆସନ୍ତା ୨୧ ତାରିଖ (ରବିବାର) ଦିନ ଏହି ପଦର ଲିଖିତ ପରୀକ୍ଷ ଅନୁଷ୍ଠିତ ହେବ । କଟକର ତୁଳସୀପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏହି ପରୀକ୍ଷା ଆୟୋଜନ ନେଇ ସ୍ଥିରୀକୃତ ହୋଇଛି ।

ପ୍ରାର୍ଥୀମାନେ ଜୁଲାଇ ୧୪ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ୱେବସାଇଟକୁ ଯାଇ ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ସକାଳ ୯.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଓ ଦ୍ୱିପ୍ରହର ୧.୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପ୍ରୋଗ୍ରାମକୁ ନେଇ ଓପିଏସସି ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ।

Assistant Fisheries Officer

Get real time updates directly on you device, subscribe now.