ଗିରଫ ହେଲେ ସହକାରୀ ଟ୍ୟାକ୍ସ କମିଶନର ସରିତା ବାରିକ, ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ

ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର ଗିରଫ । ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରଫ କଲା ଭିଜିଲାନ୍ସ ।

ଭୁବନେଶ୍ବର: ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର ଗିରଫ । ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରଫ କଲା ଭିଜିଲାନ୍ସ ।

ରେଡ଼ ବେଳେ ଘରୁ ମିଳିଲା 1 ଲକ୍ଷ 45 ହଜାର ଟଙ୍କା, 60 ଲକ୍ଷର ଜମା ଟଙ୍କା, 222 ଗ୍ରାମ ସୁନା । ଗତକାଲି 25 ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଟିକସ ଛାଡ଼ ପାଇଁ ବେକେରୀ ସପ୍ ମାଲିକଙ୍କଠୁ ଲାଞ୍ଚ ନେଉଥିଲେ ସରିତା।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ବେକେରି ମାଲିକଙ୍କ ଉପରେ ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।   ଏହାପରେ ଶ୍ରୀମତୀ ବାରିକଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ।

ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ ।  ଘଟଣାସ୍ଥଳରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା । ରିପ‌ୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍ସ ବିଭାଗ ଶ୍ରୀମତୀ ବାରିକଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରଖିଛି ।