fbpx

ବିଟା ଭାରିଆଣ୍ଟ ବିରୋଧରେ ବୁଷ୍ଟର ଡୋଜ୍ ପରୀକ୍ଷଣ ଆରମ୍ଭ କଲା ଆଷ୍ଟ୍ରାଜେନିକା

ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ଉପରେ ଦିଆଯାଉଥିବା ଟିକାର ବୁଷ୍ଟର ଡୋଜ ଉପରେ ଟ୍ରାଏଲ ଆରମ୍ଭ କରିଛି ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରଜେନିକା । କମ୍ପାନୀ ଅକ୍ସଫୋର୍ଡ ୟୁନିଭର୍ସିଟି ସହଭାଗୀତାରେ ଏହି ଟ୍ରାଏଲ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ବ୍ରିଟେନ, ସାଉଥ୍ ଆଫ୍ରିକା, ବ୍ରାଜିଲ ଏବଂ ପୋଲାଣ୍ଡର ପ୍ରାୟ ୨,୨୫୦ ଜଣଙ୍କୁ ନେଇ ଏହି ପରୀକ୍ଷା କରାଯିବ । ଏହି ସ୍ୱେଚ୍ଛାସେବୀ ପୂର୍ବରୁ ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ ନେଇସାରିଛନ୍ତି ।

ଅକ୍ସଫୋର୍ଡ ୟୁନିଭରସିଟିର ମୁଖ୍ୟ ଅନୁସନ୍ଧାନକାରୀ ତଥା ଅକ୍ସଫୋର୍ଡ ଭାକ୍ସିନ ଗ୍ରୁପର ନିର୍ଦ୍ଦେଶକ ଆଣ୍ଡ୍ରୁ ପୋଲାର୍ଡ କହିଛନ୍ତି “ଭାକ୍ସିନର ବୁଷ୍ଟର ଡୋଜ ଏବଂ ନୂଆ ଭାକ୍ସିନ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ ଯାହାଦ୍ୱାରା ଆମେ କରୋନା ଭାଇରସର ମହାମାରୀ ପାଇଁ ପ୍ରସ୍ତୁତ ରହିପାରିବା ।’ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରାଯାଉଥିବା ଏହି ନୂତନ କୋଭିଡ-୧୯ ବୁଷ୍ଟର ଡୋଜର ନାମ ରହିଛି AZD2816 ।

ବିଶେଷଜ୍ଞମାନେ କହିଛନ୍ତି ଦେଶରେ ସଫଳ ଟିକାକରଣ ହୋଇଥିଲେ ବି ଏହା କେତେ ସମୟ ପର୍ଯ୍ୟନ୍ତ ଆମକୁ ସୁରକ୍ଷା ଦେଇପାରିବ ତାହା କହି ହେବ ନାହିଁ ତେଣୁ ଏଭଳି ସ୍ଥିତିରେ ବୁଷ୍ଟର ଡୋଜ ସହ ପ୍ରସ୍ତୁତ ରହିବା ଭଲ ।

ସୂଚନାଯୋଗ୍ୟ କୋଭିଡ-୧୯ର ବିଟା ଭାରିଆଣ୍ଟ ବିରୋଧରେ ଏହି ଭାକ୍ସିନ ଗୁଡ଼ିକ କମ୍ ପ୍ରଭାବୀ ପରିଲକ୍ଷିତ ହେଉଛି ।

Get real time updates directly on you device, subscribe now.