fbpx

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି; ଶୁକ୍ରବାର କରିବେ ଶପଥ ଗ୍ରହଣ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ଜୁନ୍ ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ଶପଥ ଗ୍ରହଣ କରିବେ ନୂଆ ବିଧାୟକ । କାମଚଳା ବାଚସ୍ପତି ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହ ଆସନ୍ତା ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବା ନେଇ ମିଳିଛି ସୂଚନା ।

ସେପଟେ କିନ୍ତୁ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ହେବେ ବୋଲି ପୂର୍ବରୁ ଘୋଷଣା ହେଇସାରିଛି । କିନ୍ତୁ ବିଧି ମୁତାବକ, ଜୁନ୍ ୨୦ ତାରିଖରେ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ। ସେପଟେ ଆଜି ପୂର୍ଣରୂପେ ରାଜ୍ଯରୁ ଫାଇଭ-ଟି ବ୍ୟବସ୍ଥାକୁ ହଟାଇବା ପାଇଁ ନିର୍ଦ୍ଦେଶ ହୋଇଛି । ସରକାରୀ କାର୍ଯ୍ୟାଳଯ ପରିସରରୁ ‘ଫାଇଭ-ଟି’ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି ।

ଏପରିକି ‘ମୋ-ସରକାର’ ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ ହୋଇଛି । ଏନେଇ ନିର୍ଦ୍ଦେଶ ଦେଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସୋସିଆଲ ମିଡିଆ ଏକ୍ସ କେ ସୂଚନା ଦେଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ।

Get real time updates directly on you device, subscribe now.