fbpx

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୪୨ ଜଣଙ୍କୁ ଗିରଫ କଲା ପୋଲିସ

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ବିଞ୍ଚାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି ହୋଇଛି । ଆକ୍ରମଣ ଘଟଣାରେ ଗିରଫଦାରି ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ୪୨ ଜଣଙ୍କୁ ଗିରଫ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । କାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ତେବେ ଗତକାଲି ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ତିନିଟି ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ଉତ୍ୟକ୍ତ ଲୋକମାନେ ଖୁବ୍ ମାଡ଼ ମାରିଥିଲା । ଯାହାର ଭିଡିଓ ମଧ୍ୟ ସାମନାକୁ ଆସିଥିଲା । କନକ ନ୍ୟୁଜ୍, କଳିଙ୍ଗ ଟିଭି ଏବଂ ଅର୍ଗସ୍ ନ୍ୟୁଜ୍ ର ତିନି ଜଣ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ଦେବାଶିଷ ସାହୁ, ଗୁଲସନ୍ ଅଲ୍ଲୀ ନୱାଜ୍ ଏବଂ ବିଜୟ ସାହୁଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ବୁଥ୍ ରିଜିଂ ଉଦ୍ୟମ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ।

Get real time updates directly on you device, subscribe now.