fbpx

(Video) ଇଡି ଟିମ ଉପରେ ୨୦୦ ଲୋକ କଲେ ଆକ୍ରମଣ, ଭାଙ୍ଗିଲେ ଗାଡ଼ି କାଚ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ଆକ୍ରମଣ ହେବା ଖବର ସାମ୍ନାକୁ ଆସିଛି । ଉତ୍ତର ୨୪ ପ୍ରଗଣାକୁ ଟିଏମସି ନେତାଙ୍କ ଘରେ ଚଢାଉ ପାଇଁ ଯାଇଥିଲା ଇଡି ଟିମ୍ । ଏହି ସମୟରେ ସେମାନଙ୍କରେ ଉପରେ ଆକ୍ରମଣ ହୋଇଛି । ଏଠାରେ ୨୦୦ରୁ ଅଧିକ ଲୋକ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ଏହା ବ୍ୟତୀତ ଇଡି ଟିମର ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ରାସନ ଦୁର୍ନୀତିରେ ଇଡି ଟିମ୍ ପଶ୍ଚିମବଙ୍ଗରେ ଲଗାତାର ଚଢାଉ କରୁଛି । ତେବେ ଶୁକ୍ରବାର ଦିନ ଇଡିର ଏକ ଟିମ ରେଡ ପାଇଁ ଉତ୍ତର ୨୪ ପରଗଣାରେ ପହଁଚିଥିଲା । ହେଲେ ଏଠାକାର ଗାଁ ଲୋକେ ଇଡି ଟିମର ସଦସ୍ୟମାନଙ୍କୁ ଘେରି ଯାଇ ଆକ୍ରମଣ କରିଛନ୍ତି । ଏହାବ୍ୟତୀତ ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ଇଡି ଟିମ ଏଠାରେ ରାସନ ଦୁର୍ନୀତି ମାମଲାରେ ଟିଏମସି ନେତା ସାହଜହାଁ ଶେଖଙ୍କ ଘରେ ଚଢାଉ କରିବାକୁ ପହଁଚିଥିଲେ । ହେଲେ ଏଠାରେ ୨୦୦ ଜଣ ସେମାନଙ୍କ ଉପରେ ଏବଂ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ।

Get real time updates directly on you device, subscribe now.