fbpx

ସେକ୍ସ କରିବା ପୂର୍ବରୁ ଏହି ଦିଗଗୁଡ଼ିକ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ଏକ ଅଂଶ । ବର୍ତ୍ତମାନର ସମାଜରେ ବହୁତ ପୁରୁଷ ଓ ନାରୀ ସେକ୍ସରେ ସନ୍ତୁଷ୍ଟ ନହେବା ଫଳରେ ଅନେକ ପାରିବାରିକ ସମସ୍ୟା ଦେଖାଯାଉଛି । ତେବେ ଆପଣ ଯଦି ଏମିତି କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବେ, ତେବେ ଆପଣମାନେ ମଧ୍ୟ ସେକ୍ସରେ ସନ୍ତୁଷ୍ଟ ହେବା ସହ ଆପଣଙ୍କର ପାରିବାରିକ ଜୀବନ ଖୁସିରେ କଟିପାରିବ । ଆସନ୍ତୁ ଜାଣିବା ସେକ୍ସ କରିବା ପୂର୍ବରୁ ଜଣେ ପୁରୁଷଙ୍କୁ କଣ କଣ କରିବା ଉଚିତ ।

– ଉଭୟଙ୍କ ନାରୀ ଓ ପୁରୁଷଙ୍କ କ୍ଷେତ୍ରରେ ମିଳନ ପୂର୍ବରୁ ଶତ ପ୍ରତିଶତ ସ୍ୱଚ୍ଛ ସହମତି ରହିଥିବା ଦରକାର । ବିବାହ ପରେ ଜଣେ ନାରୀର ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ରେପ୍ କରିବା ସହିତ ସମାନ ବୋଲି ଆଇନରେ ଉଲ୍ଲେଖ ରହିଛି ।

– ଆପଣ ସେକ୍ସ କରିବା ପୂର୍ବରୁ ପାର୍ଟନରଙ୍କୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ । ସାଥୀଙ୍କର ଇଚ୍ଛା ଅନିଚ୍ଛା ବିଷୟରେ ପୂର୍ବରୁ ଆପଣ ମଧ୍ୟ ପଚାରି ବୁଝି ପାରିବେ । ଆପଣର ସାଥୀଙ୍କ ପ୍ରତି ଥିବା ଭଲପାଇବା ବିଷୟରେ ତାଙ୍କୁ ଜଣାଇବାକୁ ଚେଷ୍ଟା କରନ୍ତୁ ।

– ବିଛଣାରେ ନିଜ କଥା ନ ଭାବି ସାଥୀଙ୍କ କଥା ଭାବନ୍ତୁ । ସାଥୀଙ୍କର ଭଲଗୁଣକୁ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ । ଏପରି କିଛି ବିରକ୍ତିକର କଥା କୁହନ୍ତୁ ନାହିଁ, ଯାହା ତାଙ୍କ ମନରେ କଷ୍ଟ ଦେବ ।

– ନିରାପଦ ସେକ୍ସ ସର୍ବଦା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଶଯ୍ୟାକୁ ଯିବା ପୂର୍ବରୁ ଗର୍ଭଧାରଣ ଯୋଜନା ଥାଉ ବା ନ ଥାଉ ନିରୋଧ ପାଖରେ ରଖିବା ଆବଶ୍ୟକ । ଶସ୍ତା ନିରୋଧ ଜମାରୁ କିଣନ୍ତୁ ନାହିଁ, କାରଣ ଏହା ଅନେକ ସମୟରେ ସଂକ୍ରମଣର କାରଣ ସାଜିଥାଏ ।

– ଏହି ସମୟରେ ଅନାବଶ୍ୟକ ଆଲୋଚନା କରନ୍ତୁ ନାହିଁ । ସକାରାତ୍ମକ ଚିନ୍ତାଧାରା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ବିତାଇବାକୁ ଚେଷ୍ଟା କରନ୍ତୁ । ସେକ୍ସ କରିବା ପୂର୍ବରୁ ପାର୍ଟନରଙ୍କୁ ଏଥିପାଇଁ ପ୍ରସ୍ତୁତ ହେବା ପାଇଁ ସମୟ ଦିଅନ୍ତୁ ।

– ଉଭୟ ପୁରୁଷ ଓ ନାରୀ ନିଜର ପ୍ରାଇଭେଟ ପାର୍ଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ । କାରଣ ଏଥିରେ ବିଭିନ୍ନ ପ୍ରକାର ସଂକ୍ରମଣର ଆଶଙ୍କା ରହିଥାଏ । ଏଥିସହ ପିନ୍ଧିବା ବସ୍ତ୍ରର ପରିଚ୍ଛନ୍ନତା ଓ ଫିଟିଂ ଉପରେ ଧ୍ୟାନ ଦେବା ନିହାତି ଦରକାର ।

Get real time updates directly on you device, subscribe now.